Latest Odisha News

BREAKING NEWS

ବାଣୀ କାପୁରଙ୍କୁ ଧରି ଗାଁ ଚଣ୍ଡିଗଡରେ ପହଂଚିଲେ ଅଭିନେତା ଆୟୁଷ୍ମାନ୍ !

ମୁମ୍ବାଇ: ବଲିଉଡର ଭର୍ସାଟାଇଲ୍ ଆକ୍ଟର ଆୟୁଷ୍ମାନ ଖୁରାନା । ବଜେଟ୍ କମ୍ ହେଲେ ବି ତାଙ୍କ ଫିଲ୍ମ ସବୁବେଳେ ସ୍ଲିପର୍ ହିଟ୍ ସାବ୍ୟସ୍ତ ହୋଇଥାଏ । ଏପରିକି ଫିଲ୍ମ ନିର୍ମାତାମାନେ ବି ତାଙ୍କୁ ଗ୍ୟାରେଣ୍ଟିର ସହ ସାଇନ୍ କରାଇଥାନ୍ତି । ଆଗାମୀ ଦିନରେ ଏହି ଅଭିନେତା ଏକ ନୂଆ ପ୍ରୋଜେକ୍ଟରେ ନଜର ଆସିବେ ।

ଖୁବଶୀଘ୍ର ଫିଲ୍ମ ଚଣ୍ଡିଗଡ କରେ ଆଶିକୀରେ ତାଙ୍କୁ ଦେଖିବାକୁ ମିଳିବ । ଏ ନେଇ ଖୋଦ ଆୟୁଷ୍ମାନ ସୋସିଆଲ ମିଡିଆରେ ଜମାଇଛନ୍ତି । ମଜାଦାର କଥା ହେଉଛି ଏହି ଫିଲ୍ମର ସୁଟିଂ ଆୟୁଷ୍ମାନଙ୍କ ଗାଁ ଚଣ୍ଡିଗଡରେ ହିଁ ହେବ । ଫିଲ୍ମର ନିର୍ଦ୍ଦେଶନା ଭାର ଅଭିଷେକ କାପୁର ସମ୍ଭାଳିଥିବାବେଳେ ଫିମେଲ୍ ଲିଡ୍ ରୋଲ୍‌ରେ ନଜର ଆସିବେ ବାଣୀ କାପୁର ।

ଏହି ଫଟୋରେ ଆୟୁଷ୍ମାନଙ୍କୁ ବିଅର୍ଡ ଅବତାରରେ ଦେଖିବାକୁ ମିଳିଛି । ଖାସ ନିଜ ନୂଆ ଫିଲ୍ମ ପାଇଁ ସେ ଏପରି ଅବତାର ନେଇଥିବା ଜଣାପଡିଛି । ଫିଲ୍ମର କାହାଣୀ ଲଭଷ୍ଟୋରୀ ଉପରେ ଆଧାରିତ ହୋଇଥିବାବଳେ ଅଭିନେତା ବାଣୀ କାପୁର ବି ଖୁବ ଏକ୍ସାଇଟେଡ୍ ଥିବା ଜଣାପଡିଛି ।

ଶେଷଥର ପାଇଁ ଆୟୁଷ୍ମାନଙ୍କୁ ଫିଲ୍ମ ଗୁଲାବୋରେ ଅମିତାଭ ବଚ୍ଚନଙ୍କ ସହ ଦେଖିବାକୁ ମିଳିଥିଲା । ଅନ୍ୟପଟେ ବାନୀ କାପୁର ସ୍କଟଲ୍ୟାଣ୍ଡରେ ଫିଲ୍ମ ବେଲ୍ ବଟମ୍‌ର ସୁଟିଂ ସାରି ଭାରତକୁ ଫେରିଛନ୍ତି । ଅନୁମାନ କରାଯାଉଛି ଏହି ଦୁଇ ଏର୍ନଜେଟିକ୍ ଷ୍ଟାରଙ୍କୁ ନେଇ ଫିଲ୍ମଟି ନିଶ୍ଚିତ ଭାବେ ଯୁବାବର୍ଗଙ୍କୁ ପସନ୍ଦ ଆସିବ ।

Leave A Reply

Your email address will not be published.