Latest Odisha News

BREAKING NEWS

କରୋନା ଡ୍ୟୁଟିକୁ ବେଖାତିର୍‌; ସସପେଣ୍ଡ ହେଲେ ଭଦ୍ରକ ଜିଲ୍ଲା ତିହିଡ଼ି ଅତିରିକ୍ତ ତହସିଲଦାର

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲଦାର ଅତିରିକ୍ତ ତହସିଲଦାରଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ଏବେ କରୋନା ବିତ୍ପାତ ଯୋଗୁଁ ରାଜ୍ୟ ସରକାର ଯୁଦ୍ଧ କାଳୀନ ଭିତ୍ତିରେ ଲଢେଇ ଜାରି ରଖିଥିବା ବେଳେ ଏହି ଅତିରିକ୍ତ ତହସିଲଦାର ଜଣକ କର୍ତ୍ତବ୍ୟରେ ଅବହେଳା କରିଛନ୍ତି ।

ଭଦ୍ରକ ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସ ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅତିରିକ୍ତ ତହସିଲଦାର ଶ୍ୱେତପଦ୍ମା ଧଳଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ।

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ଶ୍ରୀମତୀ ଧଳ ଉପରିସ୍ଥ ଅଧିକାରୀଙ୍କୁ ଅବଗତ ନକରି ଗତ କିଛି ସପ୍ତାହ ହେଲା ଛୁଟିରେ ରହିଛନ୍ତି ।

Leave A Reply

Your email address will not be published.