Latest Odisha News

BREAKING NEWS

ଚିକାଗୋରେ ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ : ୬ ବର୍ଷର ଶିଶୁକୁ ୨୬ ଥର ଛୁରୀ ଭୁଷିଲେ ଘର ମାଲିକ

ନୂଆଦିଲ୍ଲୀ: ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଶହଶହ ଜୀବନ ଚାଲିଯାଉଛି ପାଣି ଫୋଟକା ପରି। ଏଠି ଜୀବନ ଏଇ ଅଛି-ଏଇ ନାହିଁ ।   ଏ ଯୁଦ୍ଧର କରୁଣ ଦୃଶ୍ୟ ଖାଲି ଇସ୍ରାଏଲ ବା ପାଲେଷ୍ଟାଇନ ମାଟିରେ ଦେଖିବାକୁ ମିଳିନି । ଏହାର ହିଂସ୍ର ପ୍ରଭାବ ସୁଦୂର ଆମେରିକାରେ ବି  ଦେଖିବାକୁ ମିଳିଛି।

ଆମେରିକାର ଚିକାଗୋ ସହରରେ ଜଣେ ଘର ମାଲିକ   ଜଣେ ମୁସଲିମ ସଂପ୍ରଦାୟର ମିହିଳା ଓ ୬ ବର୍ଷର ଶିଶୁଙ୍କୁ ଅତି ନିଷ୍ଠୁର ଭାବେ ଆକ୍ରମଣ କରିଛନ୍ତି । ୩୨ ବର୍ଷୀୟ ମିହଳା ଓ ଶିଶୁଙ୍କୁ ୨୬ ଥର ଛୁରା ମାରି  ଲହୁଲୁହାଣ କରି ଦେଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଶିଶୁର ମୃ୍ତ୍ୟୁ ଘଟିଥିବାବେଳେ ମହିଳା ଜଣକ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । କୁହାଯାଉଛି, ମହିଳା ଓ ଶିଶୁ ସମ୍ପର୍କରେ ମା’ ପୁଅ । ଘଟଣା ଶନିବାର ଦିନ ପଶ୍ଚିମ ଚିକାଗୋଠାରୁ ୪୦ କିମି ଦୂରରେ ଘଟିଛି । ନରହତ୍ୟା ଓ ବର୍ଣ୍ଣବିଦ୍ୱେଷ ଅପରାଧରେ ତାଙ୍କୁ ରବିବାର  ଅଭିଯୁକ୍ତ କରାଯାଇଛି।

ଏହା  ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ ବୋଲି କୁହାଯାଉଥିବାବେଳେ ସ୍ଥାନୀୟ ପୋଲିସ ଆକ୍ରମଣର ଶିକାର ହୋଇଥିବା ମା’-ପୁଅ କେଉଁ ଦେଶର ତାହଳ ସ୍ପଷ୍ଟ କରିନାହାନ୍ତି । ତେବେ ସେ ପାଲେଷ୍ଟାଇନୀ ଆମେରିକୀ ବୋଲି କୁହାଯାଉଛି ।

ସ୍ଥାନୀୟ ପୋଲିସର କହିବା ଅନୁଯାୟୀ, ୭୧ ବର୍ଷୀୟ ଘର ମାଲିକ ଜୋସେଫ ଜୁବା ମହିଳାଙ୍କ ଘର କବାଟ ବାଡେଇଥିଲେ । ମହିଳା ଜଣକ କବାଟ ଖୋଲିବା କ୍ଷଣି ସେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ । ଜୋସେଫ ହାତରେ ଏକ ମିଲିଟାରୀ ଛୁରୀ ଧରିଥିଲେ । ତାଙ୍କ ଧର୍ମକୁ ନେଇ ଗାଳି କରିବା ପରେ ଆକ୍ରମଣ କରିଥିଲେ ।

ଆକ୍ରମଣ ସମୟରେ ମହିଳାଜଣକ ୯୧୧ କଲ କରି ଘର ମାଲିକ ତାଙ୍କୁ ଆକ୍ରମଣ କରୁଥିବା ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମା’ ଓ ପୁଅ ଗୁରୁତର ଅବସ୍ଥାରେ ପଡିଥିବା ଦେଖିଲେ । ସେମାନଙ୍କ ଶରୀରକୁ ଏକାଧିକବାର ଛୁରୀରେ ଆଘାତ କରାଯାଇଥିବା ଦେଖିବାକୁ ମିଳିଥିଲା । ପୋଲିସ ଘର ମାଲିକ ଜୋସେଫଙ୍କୁ ଗିରଫ କରିବା ସହ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାରେ ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.