Latest Odisha News

BREAKING NEWS

ଅକ୍ଟୋବର ୧୭ରୁ ଆୟୋଜିତ ହେବ ‘ସପ୍ତ-ରୂପମ୍’

ପ୍ରଦର୍ଶିତ ହେବ ୭ଟି ନାଟକ

ଭୁବନେଶ୍ୱର : ଅଗ୍ରଣୀ ନାଟ୍ୟାନୁଷ୍ଠାନ ନବୀନ ବର୍ଣ୍ଣାଳୀ ଥିଏଟର ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଅକ୍ଟୋବର ୧୭ ରୁ ୨୩ ପର୍ଯ୍ୟନ୍ତ ନାଟକ ଉତ୍ସବ ‘ସପ୍ତରୂପମ୍’ ଆୟୋଜିତ ହେବ । ସପ୍ତାହ ବ୍ୟାପି ହେବାକୁଥିବା ଏହି ଉତ୍ସବରେ ପ୍ରତ୍ୟହ ଗୋଟିଏ ନାଟକ ପରିବେଷିତ ହେବ ।

ଏହି କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ଦ୍ବିତୀୟ ସନ୍ଧ୍ୟାରେ ପ୍ରବୋଧ କୁମାର ରଥ, ସଚିବ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ତୃତୀୟ ସନ୍ଧ୍ୟାରେ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଦିଲୀପ ରାଉତରାଏ, ନିର୍ଦ୍ଦେଶକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଚତୁର୍ଥ ସନ୍ଧ୍ୟାରେ ମନ୍ମଥ କୁମାର ଶତପଥୀ, ଉପ-ସଭାପତି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ପଞ୍ଚମ ସନ୍ଧ୍ୟାରେ ଅରୁଣା ମହାନ୍ତି, ସଭାପତି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଷଷ୍ଠ ସନ୍ଧ୍ୟାରେ ଲଲାଟେନ୍ଦୁ ରଥ, ବିଶିଷ୍ଟ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ଓ ଉଦ୍‌ଯାପନୀ ସନ୍ଧ୍ୟାରେ ଅନନ୍ତ ମହାପାତ୍ର ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ଓ ଅଭିନେତା ଅତିଥି ଭାବରେ ଯୋଗଦେବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସେହିପରି ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ ନବୀନ ବର୍ଣ୍ଣାଳୀ ଥିଏଟର ଭୁବନେଶ୍ଵର ନାଟକ ‘ଭିନ୍ନ ଏକ ଗଳ୍ପ’ । ଦ୍ଵିତୀୟ ସନ୍ଧ୍ୟାରେ ଲାବଣ୍ୟ ଥିଏଟର, ଭୁବନେଶ୍ଵର ପରିବେଷଣ ଭିନ୍ନ ଏକ ରାଜପୁତ୍ର, ତୃତୀୟ ସନ୍ଧ୍ୟାରେ “ଏଇ ବୋଧେ ପ୍ରେମ”, ଚତୁର୍ଥ ସନ୍ଧ୍ୟାରେ ଡାଇନାମିକ୍ ପ୍ଲାଟଫର୍ମ, ଭୁବନେଶ୍ଵରର ନାଟକ ‘ଶୁଣ ସୂଜନେ’, ପଞ୍ଚମସନ୍ଧ୍ୟାରେ ସାଇ ବିଦ୍ୟାଧର ଚାରିଟେବୁଲ୍ ଟ୍ରଷ୍ଟ, ଭୁବନେଶ୍ଵରର ନାଟକ ‘ଆମ ଘର କଥା”, ଷଷ୍ଟ ସନ୍ଧ୍ୟାରେ ନାଟକ “ବାଈ ଚଢେଇର ଡେଣା” ଏବଂ ଉଦ୍‌ଯାପନୀ ସନ୍ଧ୍ୟାରେ ମ୍ୟାଜିକ୍ ଥିଏଟର ନାଟକ ‘ଯାନ୍ତ୍ରୀକ’ ପରିବେଷିତ ହେବ ବୋଲି ଅନୁଷ୍ଠାନର ସଭାପତି ନବୀନ କୁମାର ପରିଡ଼ା ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.