Latest Odisha News

BREAKING NEWS

ହତ୍ୟା କରିବା ପୂର୍ବରୁ ହମାସର ନେତା ୟାହିୟା ସିନୱରଙ୍କୁ ମୃତ ଘୋଷିତ କରିଛି ଇସ୍ରାଏଲ

ତେଲ ଅଭୀବ: ୟାହିୟା ସିନୱରଙ୍କୁ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଏବେ ପାଗଳଙ୍କ ପରି ଖୋଜି ବୁଲୁଛି । ହମାସର ଲାଡେନ ଭାବେ ପରିଚିତ ଏହି କୁଖ୍ୟାତ ଆତଙ୍କବାଦୀ ଜୀବିତ ଥାଇ ସୁଦ୍ଧା ଇସ୍ରାଏଲ ଡିକ୍ସିନାରୀରେ ମୃତ । ଗାଜା ନିକଟରେ ଆକ୍ରମଣ ପାଇଁ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି ଇସ୍ରାଏଲ ସେନା । ବିଲାଲ ଅଲ କାଦରା, ମୁରାଦ ଆବୁ ମୁରାନ ଓ ଅଲୀ କଧୀଙ୍କୁ ମାରିବା ପରେ ଏବେ ନଜର ସିନୱରଙ୍କ ଉପରେ ରହିଛି । ସେନା ସ୍ପଷ୍ଟ ସନ୍ଦେଶ ଦିଆଯାଇଛି, ସିନୱର ଜୀବିତ ମାନେ ଆମେ ମୃତ । ଆମେ ଜୀବିତ ରହିବାକୁ ହେଲେ ସିନୱରଙ୍କୁ ମାରିବାକୁ ପଡିବ । ନିର୍ଦ୍ଦେଶ ଲୋକଙ୍କୁ ହମାସ ଯେଉଁ ଭଳି ଭାବେ ହତ୍ୟା କଲା ତାହା କ୍ଷମଣୀୟ ନୁହେଁ । ସିନୱର ଏବେ ଗାଜରୀ ରହସ୍ୟମୟ ଟନେଲ ନେଟୱର୍କରେ ରହିଛି । ଇସ୍ରାଏଲ ସେନାକୁ ମୁକାବିଲା କରିବା ପାଇଁ ହମାସ ଏହି ଅଣ୍ଡରଗ୍ରାଉଣ୍ଡ ନେଟୱର୍କ ପ୍ରସ୍ତୁତ କରିଛି । ୧୯୯୯ରେ ଇସ୍ରାଏଲ ସିନୱରକୁ ଗିରଫ କରିଥିଲା । ତାଙ୍କୁ ଆଜୀବୀନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ୨୦୧୧ରେ ସେ ଜେଲରୁ ମୁକୁଳିଥିଲା ।

ବନ୍ଧକ ଥିବା ଗିଲାଦ ଶାଲୀନଙ୍କ ବଦଳରେ ସିନୱରଙ୍କୁ ଇସ୍ରାଏଲ ଛାଡିବାକୁ ବାଧ୍ୟ ହୋଇଥିଲା । ଏହି ଭୁଲ ପାଇଁ ଏବେ ବି ଇସ୍ରାଏଲ ପସ୍ତାଉଛି । ହମାସ ଗୋଷ୍ଠୀ ଅନ୍ୟ ଆରବ ଦେଶରୁ ସହଯୋଗ ନେଇ ଇତି ମଧ୍ୟରେ ନିଜକୁ ମଜଭୁତ କରି ଦେଇଛନ୍ତି । ଇସ୍ରାଏଲ ସେନା ଗାଜାରେ ପ୍ରବେଶ କରିବା ମରଣ ସଦୃଶ ହେବ ବୋଲି ଅନେକ ରକ୍ଷା ବିଶେଷଜ୍ଞମାନେ କହିଛନ୍ତି । ଅତ୍ୟାଧୂନିତ ଟେକ୍ନୋଲୋଜି ଓ ରବୋଟ ବିନା ଏହି ଅପରେଶନ ଅସମ୍ଭବ । ଅପରପକ୍ଷରେ ଇସ୍ରାଏଲ ସେନା ସମସ୍ତ ମୁକାବିଲାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ । ଗାଜାରେ ହମାସଙ୍କ କବର ପ୍ରସ୍ତୁତ କରିବା ପାଇଁ ସେମାନେ ସଂକଳ୍ପବଦ୍ଧ ।

Leave A Reply

Your email address will not be published.