Latest Odisha News

BREAKING NEWS

ଭାରତୀୟ ବିମାନ ବୋଲି ଏୟାରଲିଫ୍ଟ ପାଇଁ ଅନୁମତି ଦେଲେନି ମାଳଦ୍ୱୀପ ରାଷ୍ଟ୍ରପତି, ଅସୁସ୍ଥ ନାବାଳକର ମୃତ୍ୟୁ

ନୂଆଦିଲ୍ଲୀ: ଭାରତ-ମାଳଦ୍ୱୀପ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତିକ୍ତତା। ଏପରିସ୍ଥିତିରେ ଭାରତୀୟ ବିମାନକୁ ଅନୁମତି ନଦେବାରୁ ୧୪ବର୍ଷୀୟ ଅସୁସ୍ଥ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି। ମାଳଦ୍ୱୀପର ଜଣେ ସାଂସଦ ସୋସିଆଲ ମିଡିଆ ଏକ୍ସରେ ଏହାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଭାରତ ଉପରେ ଥିବା ରାଷ୍ଟ୍ରପତିଙ୍କ ରାଗ ସୁଝାଇବା ପାଇଁ ଲୋକମାନେ ନିଜ ଜୀବନ ଦେଇ ତାହାର ମୂଲ୍ୟ ଦେବା ଅନୁଚିତ।

ମାଳଦ୍ୱୀପର ଦୁର୍ଗମ ଅଂଚଳ ୱିଲମିଙ୍ଗଟନରେ ଜଣେ ୧୪ବର୍ଷୀୟ ନାବାଳକ ବ୍ରେନ ଟ୍ୟୁମର ଓ ଷ୍ଟ୍ରୋକରେ ପୀଡିତ ଥିଲେ। ପିଲାଟିର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାକୁ ମାଲେ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଭାରତଦ୍ୱାରା ପରିଚାଳିତ ଡୋର୍ନିଅୟ ବିମାନ ଏୟାରଲିଫ୍ଟ କରିବାର ଥିଲା। ଏୟାରଲିଫ୍ଟ ପାଇଁ ମାଳଦ୍ୱୀପ ସରକାରଙ୍କୁ ବାରମ୍ୱାର ଯୋଗାଯୋଗ କରାଯାଇଥିଲା। ହେଲେ ବିମାନ କର୍ତ୍ତୃପକ୍ଷ କୌଣସି ଜବାବ ଦେଇନଥିଲେ। ଏହାରି ଭିତରେ ୧୬ଘଣ୍ଟା ବିତିଯାଇଥିଲା। ମାତ୍ର ଚିକିତ୍ସାରେ ବିଳମ୍ୱ ହେବାରୁ ନାବାଳକଟିର ମୃତ୍ୟୁ ହୋଇଯାଇଥିଲା। ବାଳକଟିର ମୃତ୍ୟୁ ପରେ ରାଷ୍ଟ୍ରପତି ବିମାନ ଉଡାଣକୁ ଅନୁମତି ଦେଇନଥିବା ଅଭିଯୋଗ ହୋଇଛି।
ଅନୁରୋଧ ଆସିବା ପରେ ତୁରନ୍ତ ସେବା ଯୋଗାଇ ଦିଆଯିବାର ଥିଲା। ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ବିଳମ୍ୱ ହୋଇଛି। ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନ ଉଡାଣ ସମ୍ଭବ ହୋଇନଥିଲା ବୋଲି ଆସନ୍ଧା କମ୍ପାନୀ ଲିମିଟେଡ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.