Latest Odisha News

BREAKING NEWS

ତାମିଲନାଡୁରେ ପ୍ରାଣପ୍ରତିଷ୍ଠାର ସିଧାପ୍ରସାରଣ ଉପରେ ରୋକ! ଅଭିଯୋଗ ଆଣିଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ସବୁଠି ଉତ୍କଣ୍ଠା। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ବିଜେପି ଶାସିତ ରାଜ୍ୟମାନେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏଥି ସହିତ ଅଧିକାଂଶ ବିରୋଧୀ ଦଳ ଏହି କାର୍ଯ୍ୟରୁ ନିଜକୁ ଦୂରେଇ ରଖିଛନ୍ତି। ଏହି ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାମିଲନାଡୁ ଷ୍ଟାଲିନ ସରକାରଙ୍କ ଉପରେ ଏକ ବଡ ଅଭିଯୋଗ କରିଛନ୍ତି। ତାମିଲନାଡୁ ସରକାର ପ୍ରାଣପ୍ରତିଷ୍ଠା ସମାରୋହର ସିଧାପ୍ରସାରଣ ଉପରେ ରୋକ ଲଗାଇଥିବା ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ସେ ଦାବି କରିଛନ୍ତି।

ନିର୍ମଳା ସୀତାରମଣ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି, ‘ତାମିଲନାଡୁ ସରକାର ୨୨ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହର ସିଧାପ୍ରସାରଣ ଦେଖିବା ନେଇ ପ୍ରତିବନ୍ଧକ ଲଗାଇଛନ୍ତି। ତାମିଲନାଡୁରେ ଶ୍ରୀରାମଙ୍କର ୨୦୦ରୁ ଅଧିକ ମନ୍ଦିର ରହିଛି। ସରକାରଙ୍କର ଏଚଆର ଆଣ୍ଡ ସିଇ ବିଭାଗ ପକ୍ଷରୁ ଏହାକୁ ବାରଣ କରାଯାଇଛି। ରାମଙ୍କ ନାଁରେ ଭଜନ, ପୂଜା, ପ୍ରସାଦବଣ୍ଟନ ଆଦି ପାଇଁ ଅନୁମତି ମିଳିପାରିବ ନାହିଁ। ତେବେ କୌଣସି ମନ୍ଦିରରେ କାର୍ଯ୍ୟକ୍ରମ ଆୟୋଜିତ ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କୌଣସି ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କଲେ ପେଣ୍ଡାଲ ଭାଙ୍ଗିଦେବାକୁ ଧମକ ମଧ୍ୟ ମିଳୁଛି। ଏପରି ହିନ୍ଦୁ ବିରୋଧୀ କାର୍ଯ୍ୟକୁ ମୁଁ ନିନ୍ଦା କରୁଛି’।

ତେବେ ଅଭିଯୋଗକୁ ସଂପୂର୍ଣ୍ଣ ଭିତ୍ତିହୀନ କହିବା ସହ ଏହାକୁ ଖଣ୍ଡନ କରିଛନ୍ତି ତାମିଲନାଡୁ ସରକାର। ଡିଏମକେ କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। HR&CE ମନ୍ତ୍ରୀ ଶେଖର ବାବୁ କହିଛନ୍ତି କୌ ଣସି ମନ୍ଦିରରେ ପୂଜାପାଠ କରିବା କିମ୍ବା ରାମଙ୍କ ପାଇଁ ଅନ୍ନଦାନ ନେଇ ପ୍ରତିବନ୍ଧକ ଲଗାଯାଇନାହିଁ। ଏହା ଦୁର୍ଭାଗ୍ୟଜନକ ଯେ ନିର୍ମଳା ସୀତାରମଣଙ୍କ ପରି ଲୋକ ଗୁଜବ ପ୍ରଚାର କରୁଛନ୍ତି ।

ମନ୍ତ୍ରୀ ପି.କେ ଶେଖର ବାବୁ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, “ଡିଏମକେ ଯୁବ ୱିଙ୍ଗ ସମ୍ମିଳନୀକୁ ବଦଳାଇବା ପାଇଁ ଏକ ସୁଚିନ୍ତିତ ଗୁଜବ ପ୍ରଚାରିତ କରାଯାଇଛି। ଭଗବାନ ରାମଙ୍କ ନାମରେ ଭକ୍ତଙ୍କ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ। ଉଚ୍ଚ ପଦବୀରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପରି ଲୋକମାନେ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ବାର୍ତ୍ତା ପ୍ରଚାର କରୁଛନ୍ତି । ଏହା ଅତ୍ୟନ୍ତ ଦୁଃଖର ବିଷୟ।

Leave A Reply

Your email address will not be published.