Latest Odisha News

ନବରଙ୍ଗପୁର : ଝୁଲନ୍ତା ଅବସ୍ଥାରେ ପୁଅଝିଅଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଛଟାଗୁଡ଼ା ଗାଁ ନିକଟରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ପୁଅଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଦୁହେଁ ଛଟାଗୁଡା ଗାଁର ବାସିନ୍ଦା ହୋଇଥିବାବେଳେ ଝିଅର ବୟସ ୧୬ ଏବଂ ପୁଅର ବୟସ ୧୫ ବୋଲି ସୂଚନା ମିଳିଛି ।

ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ ସ୍ଥାନୀୟ ବାସିନ୍ଦା ଉକ୍ତ ଗଛରେ ମୃତଦେହ ଝୁଲୁଥିବା ଦେଖି ପୋଲିସ୍କୁ ଖବର ଦେଇଥିଲେ। ପରବର୍ତ୍ତୀ ସମୟରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ୨ଟିକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

ତେବେ ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.