Latest Odisha News

BREAKING NEWS

ହିଞ୍ଜିଳିରୁ ଲଢିବେ ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର : ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ପିତାମ୍ବର ଆଚାର୍ଯ୍ୟଙ୍କ ନାମ ଘୋଷଣା କରାଯାଇଛି । ଓଡିଶା ପାଇଁ ବିଜେପିର ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରାର୍ଥୀ ତାଲିକାରେ ଆଜି ହିଞ୍ଜିଳି ଲାଗି ପିତାମ୍ବରଙ୍କ ନାମ ପ୍ରକାଶ ପାଇଛି ।

କଟକ ଲୋକସଭା ଆସନ ଲାଗି ପିତାମ୍ବର ଆଶାୟୀ ରହିଥିଲାବେଳେ କଟକରୁ ପୂର୍ବତନ ପୋଲିସ ଡିଜିଙ୍କୁ ପ୍ରାର୍ଥୀ କରିଛି ଦଳ । ତେଣୁ ପିତାମ୍ବରଙ୍କୁ ଦଳର ଉପ ସଭାପତି ପଦବୀ ଲଲିପପ୍ ଦେଇ ଖୁସି କରାଯାଇଥିଲା ।

ସେପଟେ ହିଞ୍ଜିଳି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅତି ନିକଟତର ବୋଲାଉଥିବା ପିତାମ୍ବରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ପ୍ରାର୍ଥୀ କରାଇ ହୁଏତ ତାଙ୍କୁ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆଣିବାକୁ ଚାହୁଁଛି ଦଳ ।

ଗତ ୨୦୧୪ ନିର୍ବାଚନରେ ୭୦ ହଜାରରୁ ଅଧିକ ଭୋଟରେ ହିଞ୍ଜିଳି ଆସନରୁ ବିଜୟ ଲାଭ କରିଥିଲେ ନବୀନ । ଚଳିତଥର ତାଙ୍କ ବିପକ୍ଷରେ ପିତାମ୍ବରଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେପଟେ ବିଜେପୁର ଲୋକସଭା ଆସନ ଲାଗି ଆଶାୟୀ ଥିବା ସୁବାସ ଚୌହାନଙ୍କର ଟିକେଟ୍ କଟିବା ପରେ ସେ ସିଧାସଳଖ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । ଏଥିସହିତ ସେ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର ବିଜେପୁରରୁ ବିଧାନସଭା ପ୍ରାର୍ଥୀ ହୁଅନ୍ତୁ । ତେବେ ବିଜେପୁର ତ ନୁହେଁ ବରଂ ଧମେନ୍ଦ୍ରଙ୍କ ଏକାନ୍ତ ଅନୁଗତ ପିତାମ୍ବର ହିଞ୍ଜିଳିରୁ ନବୀନଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ।

Leave A Reply

Your email address will not be published.