Latest Odisha News

BREAKING NEWS

‘ଚୀନ୍ ସାମଗ୍ରୀ ବର୍ଜନ’ କରିବା ନେଇ ସିଏଆଇଟି ପକ୍ଷରୁ ଆରମ୍ଭ ହେଲା କ୍ୟାମ୍ପେନ୍‌

ନୂଆଦିଲ୍ଲୀ: ସାରା ଦେଶରେ ଭାରତର ମିଳିତ ବ୍ୟବସାୟୀ ସଂଘ (ସିଏଆଇଟି) ପକ୍ଷରୁ ଚୀନ୍ ସାମଗ୍ରୀ ବର୍ଜନ କରିବା ନେଇ ବୁଧବାର ଦିନ କ୍ୟାମ୍ପେନ୍ ଆରମ୍ଭ ହୋଇଛି ।

‘ଇଣ୍ଡିଆନ୍ ଗୁଡ଼ସ୍ – ଆୱାର୍ ପ୍ରାଇଡ୍‌’ (ଭାରତୀୟ ସାମଗ୍ରୀ – ଆମର ଗର୍ବ) ଶୀର୍ଷକରେ ଏହିି କ୍ୟାମ୍ପେନ୍ ଆରମ୍ଭ ହୋଇଛି । ଚୀନ ନିର୍ମିତ ସାମଗ୍ରୀ ବର୍ଜନ କରିବା ଲକ୍ଷ୍ୟ ନେଇ ସାରା ଦେଶରେ ସଚେତନତା ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖିଛି ସିଏଆଇଟି । ଆସନ୍ତା ଡିସେମ୍ବର ୨୦୨୧ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ଚୀନ ସାମଗ୍ରୀ ଆମଦାନୀ ହ୍ରାସ ରଖିବା ଲକ୍ଷ୍ୟ ହେଉଛି ଏହି କ୍ୟାମ୍ପେନର ମୂଳ ଉଦ୍ଦେଶ୍ୟ ।

ଚୀନରେ କରୋନା ଭୂତାଣୁ ସଂକ୍ରମିତ ହୋଇ ସାରା ବିଶ୍ୱକୁ ବ୍ୟାପିଛି ଏହି ଧାରଣା ସମଗ୍ର ବିଶ୍ୱରେ ଧାରଣା ସୃଷ୍ଟି ହୋଇଛି । ଯାହାଦ୍ୱାରା କି ଅନ୍ତର୍ଜାତୀୟ ସ୍ତରରେ ତଥା ସମଗ୍ର ବିଶ୍ୱରେ ଏହି ମହାମାରୀ ଯୋଗୁଁ ଅର୍ଥନୀତି ଉପରେ କୁପ୍ରଭାବ ପଡ଼ିଛି । ଜନ ଜୀବନ ଉପରେ ଏହାର କୁପ୍ରଭାବ ସାରା ବିଶ୍ୱ ଉପଲବ୍ଧି କରିସାରିଛି ।

ଅଣ-ଚୀନ ସାମଗ୍ରୀ ବ୍ୟବହାର କରିବା ହେଉଛି ଏହି କ୍ୟାମ୍ପେନର ମଧ୍ୟ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତକୁ ମଧ୍ୟ ଏହି କ୍ୟାମ୍ପେନରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।

ନୂଆଦିଲ୍ଲୀଠାରେ ଏହି କ୍ୟାମ୍ପେନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ସିଏଆଇଟିର ଜାତୀୟ ଅଧ୍ୟକ୍ଷ ବି ସି ଭରତୀୟା ଏବଂ ଜାତୀୟ ସାଧାରଣ ସମ୍ପାଦକ ପ୍ରଭିନ୍ ଖଣ୍ଡେଲୱାଲ୍ ତଥା ଏହି କ୍ୟାମ୍ପେନର ଆବାହକ ବ୍ରିଜମୋହନ ଅଗ୍ରୱାଲ୍ ଏକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅବଗତ କରିଥିଲେ ।

Leave A Reply

Your email address will not be published.