Latest Odisha News

BREAKING NEWS

ଚାଲିଛି ବି-ଟାଉନର ଫ୍ୟାଶନ ଟ୍ରେଣ୍ଡ, ଜାଣନ୍ତୁ ହଟ୍ ଷ୍ଟାରଙ୍କ ଟ୍ରେଣ୍ଡି ଲୁକ୍

ମୁମ୍ବାଇ: ବି-ଟାଉନ କଳାକାରଙ୍କ ନୂତନ ଫ୍ୟାଶନକୁ ଫଲୋ କରନ୍ତି ଆଜିର ଯୁବପିଢି। ବି-ଟାଉନରେ ଅନେକ ସମୟରେ ନୂଆ ଫ୍ୟାଶନ୍ ଟ୍ରେଣ୍ଡ ସେଟ୍ ହୋଇଥାଏ। ଅଭିନେତ୍ରୀଙ୍କ ଷ୍ଟାଇଲକୁ ଲୋକେ ଯେତିକି ପସନ୍ଦ କରନ୍ତି ସେତିକି ଅଭିନେତାମାନେ ଫ୍ୟାଶନରେ ନିଜର ଦବଦବା ଦେଖାନ୍ତି। ଏହି ତାରକାମାନେ ନିଜକୁ ନୂତନ ଢଙ୍ଗରେ ସଜେଇବା ପାଇଁ ବିଭିନ୍ନ ପ୍ରକାର ପୋଷାକ, ଜୋତା, ଘଣ୍ଟା, ଟୋପି ଆଦି ପରିଧାନ କରନ୍ତି। ସେ ଚଳଚ୍ଚିତ୍ର ହେଉ କିମ୍ବା ବାସ୍ତବ ଜୀବନ ତାରକାମାନଙ୍କ ମଧ୍ୟରେ ସର୍ବଦା ଫ୍ୟାଶନର ପ୍ରତିଯୋଗିତା ଚାଲିଥାଏ। ଏଠାରେ କିଛି ଷ୍ଟାର ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଥର ନିଜର ଷ୍ଟାଇଲିସ ଲୁକ ପାଇଁ ଫ୍ୟାନ୍ସଙ୍କ ମନ ଜିଣିପାରିଛନ୍ତି। ତେବେ ଆପଣ ବି ଏହି ହିରୋଙ୍କ ଫ୍ୟାଶନକୁ ଫଲୋ କରିପାରିବେ ।

ସାହିଦ କପୁର

ବଲିଉଡର ଚକଲେଟ ବୟ ଭାବେ ପରିଚିତ ସାହିଦ କପୁର। ସେ ଆରମ୍ଭରୁ ବଲିଉଡର ଜଣେ ସ୍ୱିଟ୍ ଲଭର ବୟ ରହି ଆସିଛନ୍ତି। ବଲିଉଡର ସବୁଠାରୁ ହଟ୍ ଷ୍ଟାରମାନଙ୍କ ମଧ୍ୟରେ ସହିଦ କପୁରଙ୍କୁ ଗଣାଯାଏ। ତାଙ୍କ ଷ୍ଟାଇଲକୁ ସହଜରେ ଅନୁସରଣ କରାଯାଇପାରିବ। ତାଙ୍କର ପ୍ରତ୍ୟେକ ହିଟ୍ ଚଳଚ୍ଚିତ୍ରର ଚରିତ୍ର ସହିତ ନୂଆ ଫ୍ୟାଶନ୍ ଲକ୍ଷ୍ୟ ସ୍ଥିର କରିଥିବା ଏହି ଷ୍ଟାରଙ୍କର ବହୁତ ପ୍ରଶଂସକ ଅଛନ୍ତି। ସହିଦ ଫିଲ୍ମ ‘ଉଡ଼ଟା ପଞ୍ଜାବ’ରେ ନିଶା ସେବକ ରକଷ୍ଟାର ଭୂମିକାରେ ଅଭିନୟ କରିଥିଲେ। ଏହି ଲୁକ୍ ପାଇଁ ସେ ଲମ୍ବା କେଶ ବନେଇବା ସହ ଗ୍ରାଫିକ୍ ଟି-ସାର୍ଟ ପିନ୍ଧିଥିବାର ନଜର ଆସିଥିଲେ। ଏହା ବ୍ୟତୀତ କବୀର ସିଂ ଫିଲ୍ମ ପାଇଁ ସରଳ ମେଡିକାଲ ଷ୍ଟୁଡେଣ୍ଟ ଲୁକରେ ନଜର ଆସିଥିଲେ। ଏହି ଚରିତ୍ରରେ ତାଙ୍କ ଚେହେରାଟି ବହୁତ ସରଳ ଏବଂ ଷ୍ଟାଇଲିସ୍ ଥିଲା, ଯାହା କଲେଜ ଯାଉଥିବା ଯୁବକମାନଙ୍କ ପାଇଁ ଆକର୍ଷଣୀୟ ଅଟେ।

ହ୍ରିତିକ ରୋଶନ
ବଲିଉଡ ଅଭିନେତା ହ୍ରିତିକ ରୋଶନ କେବଳ ନିଜ ଫିଟନେସକୁ ନେଇ ନୁହଁ ବରଂ ନିଜ ବ୍ୟବହାର ପାଇଁ ଦର୍ଶକଙ୍କ ସବୁବେଳେ ମନ କିଣିଥାନ୍ତି। ସବୁବେଳେ ସେଲିବ୍ରେଟି ମାନେ ନିଜ ଫିଟନେସକୁ ନେଇ ଅଧିକ ଜୋର ଦିଅନ୍ତି, କାରଣ ତାଙ୍କଠାରୁ ତାଙ୍କ ଫ୍ୟାନମାନେ ମୋଟିଭେଟ ହୋଇଥାନ୍ତି। ହ୍ରିତିକ ରୋଶନଙ୍କ ଷ୍ଟାଇଲସ ଲୁକ ଯୁବପିଢିଙ୍କୁ ଆକର୍ଷିତ କରେ। ତାଙ୍କ ଫିଟ୍ ଶରୀର ଉପରେ ସୁଟ୍ ବହୁତ ସୁନ୍ଦର ଦେଖାଯାଏ। ‘ଜିନ୍ଦେଗି ନା ମିଲେଗି ଦୋବାରା’ ଚଳଚ୍ଚିତ୍ରରେ ତାଙ୍କର ଚରିତ୍ର ଏକ କର୍ପୋରେଟ୍ କମ୍ପାନୀରେ କାମ କରିବା ଭଳି ରହିଥିଲା। ଏଥିରେ ତାଙ୍କର ଲୁକ ସୁଟ୍ ପିନ୍ଧା ଉପରେ ଥିଲେ ଏବଂ ବିଚ୍ ୱେର ମଧ୍ୟ ସେ ପରିଧାନ କରିଥିଲେ। କୌଣସି ବିବାହ କାର୍ଯ୍ୟକ୍ରମ କିମ୍ବା ଉତ୍ସବରେ ହ୍ରିତିକ କୁର୍ତ୍ତା ପିନ୍ଧିଥିବାର ମଧ୍ୟ ଦେଖିବାକୁ ମିଳେ। ଅଫିସ୍ ଯାଉଥିବା ଯୁବକମାନେ ହ୍ରିତିକଙ୍କ ଏହି ଷ୍ଟାଇଲରୁ ଟିପ୍ସ ନେଇପାରିବେ।

ସିଦ୍ଧାର୍ଥ ମଲହୋତ୍ରା

ସମ୍ପ୍ରତିରେ ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା, କିଆରା ଆଡଭାନୀଙ୍କ ସହ ଡେଟିଂ କରିବା ପ୍ରସଙ୍ଗ ବହୁ ଚର୍ଚ୍ଚା ଚାଲିଛି । ଆମେ ଯଦି ସିଦ୍ଧାର୍ଥଙ୍କ ଫ୍ୟାଶନକୁ ନେଇ ଆଲୋଚନା କରିବା ତେବେ ତାଙ୍କର ଷ୍ଟାଇଲ ଏବଂ ଡ୍ରେସିଂ ବହୁତ ଭଲ। ଅଭିନେତାଙ୍କ ବ୍ୟକ୍ତିତ୍ୱ ଅନୁଯାୟୀ ଉଭୟ ଇଣ୍ଡୋ ଏବଂ ୱେଷ୍ଟର୍ଣ୍ଣ ଲୁକରେ ସେ ଭଲ ଲାଗନ୍ତି। ଯୁବକମାନଙ୍କ ମଧ୍ୟରେ ସିଦ୍ଧାର୍ଥଙ୍କ ସୁଟ୍ ଲୁକ୍ ବହୁତ ପ୍ରସିଦ୍ଧ।

ଆୟୁଷ୍ମାନ ଖୁରାନା

ଆୟୁଷ୍ମାନ ଖୁରାନାଙ୍କ ଗଣନା ବଡ ତାରକାମାନଙ୍କ ମଧ୍ୟରେ କରାଯାଉଛି। ଆୟୁଷ୍ମାନ ଆଉଟ ଅଫ୍ ଦ ବକ୍ସ ଫିଲ୍ମ ଷ୍ଟୋରୀ ସହ ନିଜର ଷ୍ଟାଇଲିସ ଲୁକ ପାଇଁ ଫ୍ୟାନ୍ସଙ୍କ ମନ କିଣିପାରିଛନ୍ତି। ଆୟୁଷ୍ମାନ ଏକ କ୍ସାସି ଲୁକ୍ ବହନ କରିବା ସହ ତାଙ୍କ ଚେହେରା ବହୁତ ପକେଟ୍ ଫ୍ରେଣ୍ଡଲି କହିପାରିବା। ଆୟୁଷ୍ମାନଙ୍କ ଲୁକରୁ ଟିପ୍ସ ନେଇ ପାରିବେ ଆଜିର ଯୁବବର୍ଗ।

ରଣଭୀର ସିଂ

ବି-ଟାଉନରେ ରଣଭୀର ସିଂ ତାଙ୍କର କ୍ୱିକ୍ ଫ୍ୟାଶନ୍ ଷ୍ଟାଇଲ୍ ପାଇଁ ଶୀର୍ଷରେ ରହିଛନ୍ତି। ଫ୍ୟାଶନ୍ ବିଷୟରେ ସେ କୌଣସି ପଥକୁ ଛାଡିନାହାଁନ୍ତି। ରଣଭୀର ସମସ୍ତ ପ୍ରକାରର ଫ୍ୟାଶନକୁ ଗ୍ରହଣ କରିବାକୁ ଚେଷ୍ଟା କରନ୍ତି। ତାଙ୍କ ଉପରେ ସମସ୍ତ ଲୁକ ମଧ୍ୟ ଭଲ ଲାଗେ । ସେ ଭିନ୍ନ ଭିନ୍ନ ଚଳଚ୍ଚିତ୍ରରେ ଏକ ଭିନ୍ନ ରୂପ ନେଇଛନ୍ତି। ତେଣୁ ରଣଭୀରଙ୍କ ଫ୍ୟାଶନ ଯୁବପିଢିଙ୍କୁ ଆକୃଷ୍ଟ କରେ।

Leave A Reply

Your email address will not be published.