Latest Odisha News

BREAKING NEWS

ପୁରୀରେ କାର୍ତ୍ତିକ ହବିଷ୍ୟାଳୀମାନଙ୍କ ରହଣି ପାଇଁ କାଲିଠୁ ପଞ୍ଜିକରଣ ଆରମ୍ଭ

ପୁରୀ: ପବିତ୍ର କାର୍ତ୍ତିକ ମାସରେ ‘ରାଈଦାମୋଦର ବ୍ରତ’ ପାଇଁ ହବିଷ୍ୟାଳୀମାନଙ୍କ ଲାଗି ରହିବା ବ୍ୟବସ୍ଥା କରିବ ପୁରୀ ପ୍ରଶାସନ । ହବିଷ୍ଯାଳୀମାନଙ୍କ ରହଣି, ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯିବ ।

ଏଥିପାଇଁ ଆସନ୍ତକାଲି ଠାରୁ ପଞ୍ଜିକରଣ ଆରମ୍ଭ ହେବ । ପୁରୀରେ ‘ରାଈଦାମୋଦର ବ୍ରତ’ କରିବାକୁ ଥିବା ପାଇଁ ହବିଷ୍ୟାଳୀ ସେପ୍ଟେମ୍ବର ୧୩ରୁ ୨୯ ତାରିଖ ମଧ୍ୟରେ ପଞ୍ଜିକରଣ କରାଇବେ । ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ପୁରୀ ପର୍ଯ୍ୟଟନ ଅଧିକାରୀଙ୍କ ହ୍ୱାଟ୍ସଆପ ନମ୍ବରରେ ପଞ୍ଜିକରଣ କରି ପାରିବେ ।

ଏଥିପାଇଁ ୯୪୩୭୦୮୦୬୩୨ରେ ନମ୍ବରରେ ପଞ୍ଜିକରଣ କରାନ୍ତୁ । ଅଧିକ ସୂଚନା ଜାଣିବା ପାଇଁ ଏହି ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

Leave A Reply

Your email address will not be published.