Latest Odisha News

BREAKING NEWS

New Governor of Odisha:ବଦଳିଲେ ଓଡ଼ିଶା ରାଜ୍ୟପାଳ;କମ୍ଭମପତିଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ହେଲେ…

ଭୁବନେଶ୍ବର:ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବଦଳିଲେ ଓଡ଼ିଶାର ରାଜ୍ୟପାଳ । ରାଜ୍ୟପାଳ ଡ. ହରିବାବୁ କମ୍ଭମପତିଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ହେଲେ ବ୍ରଜମୋହନ ରାମ ।

ଝାଡଖଣ୍ଡ ବିଜେପିର ପୂର୍ବତନ ଏମପି ହେଉଛନ୍ତି ବ୍ରଜମୋହନ ରାମ। ସେ ଝାଡ଼ଖଣ୍ଡର ପାଲାମୁ ଲୋକସଭା ଆସନରୁ ବିଜେପି ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ୧୯୯୬ରୁ ୨୦୦୪ ପର୍ଯ୍ୟନ୍ତ ଥିଲେ ସାଂସଦ। ୧୯୯୬, ୧୯୯୮ ଓ ୧୯୯୯ ମସିହାରେ ସେ କ୍ରମାଗତ ଭାବେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ଏହା ପୂର୍ବରୁ ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଥିଲେ।

ସୂଚନାଥାଉକି, ଓଡିଶା ସହ ୬ଟି ରାଜ୍ୟର ରାଜ୍ୟପାଳ ପରିବର୍ତ୍ତନ ହୋଇଛନ୍ତି। ସିକ୍କିମ, କେରଳ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ତାମିଲନାଡୁର ରାଜ୍ୟପାଳ ବଦଳିଛନ୍ତି। ଏନେଇ ସୋମବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। କେରଳରେ ଓମ୍‌ପ୍ରକାଶ ମାଥୁର, ତାମିଲନାଡୁରେ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, କର୍ଣ୍ଣାଟକରେ ଡାକ୍ତର ସୁଧା ଯାଦବ, ଉତ୍ତରାଖଣ୍ଡରେ ଧଳସିଂହ ବିଶେନ ଏବଂ ସିକିମରେ ଦୁଶ୍ୟନ୍ତ ଗୌତମଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି।

Leave A Reply

Your email address will not be published.