Latest Odisha News

BREAKING NEWS

ଆମେରିକାରେ ଆରମ୍ଭ ହେଲା ମୃତ ବ୍ୟକ୍ତିଙ୍କୁ ଡିଜିଟାଲ ଭାବେ ଜୀବିତ କରାଇବା ଉଦ୍ୟମ

ୱାଶିଂଟନ: ଆମେରିକାରେ ମୃତ ବ୍ୟକ୍ତିଙ୍କୁ ଡିଜିଟାଲ ଭାବେ ଜୀବିତ କରାଯିବା ଉଦ୍ୟମ ଆରମ୍ଭ ହୋଇଛି । ନିକଟରେ ପ୍ରତିଷ୍ଠିତ ଶେଫ ତଥା ଟିଭି ପ୍ରେଜେଂଟର ଆନ୍ଥୋନୀ ବୋର୍ଡନଙ୍କ ଏକ ଡକ୍ୟୁମେଂଟ୍ରି ଏହି ଟେକ୍ନୋଲୋଜିରେ ପ୍ରସ୍ତୁତ କରାଯାଇଥିଲା । ଏହା ଏପରି ଭାବେ ପ୍ରସ୍ତୁତ ହୋଇଥିଲା ଯେପରି ବୋର୍ଡନ ସତରେ କଥା କହୁଛନ୍ତି । ଡକ୍ୟୁମେଂଟ୍ରିର ନିର୍ଦ୍ଦେଶକ ମୋର୍ଗାନ ନେବିଲ ଏହାର ସଫଳତା ପରେ ଅନ୍ୟ ମହାନ ବ୍ୟକ୍ତିଙ୍କୁ ଡିଜିଟାଲ ପୁର୍ନଜନ୍ମ ଦେବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ।

୨ଡି, ୩ଡି, ହୋଲଗ୍ରାମ, ଏଆଇ ଓ ଚ୍ୟାଟବଟସେ ଜଣେ ବ୍ୟକ୍ତିଙ୍କୁ ଡିଜିଟାଲ ଭାବେ ଜୀବିତ କରାଯାଇ ପାରିବ । ଏହା ମାଧ୍ୟମରେ ଆମର ଇତିହାସ ସୁରକ୍ଷିତ ରହିବ ବୋଲି ମୋର୍ଗାନ କହିଛନ୍ତି । ମୃ୍‌ତ ପରିବାର ଲୋକଙ୍କ ସ୍ମୃତି ଏହା ମାଧ୍ୟମରେ ଆମ ପାଖରେ ଏକ ପ୍ରକାର ଜୀବିତ ରହିପାରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.