Latest Odisha News

BREAKING NEWS

ଟିକା ନେଇ ନଥିଲେ ବୋଲି ଫୁଟବଲ୍‌ ମ୍ୟାଚ୍‌ ଦେଖିପାରିଲେନି ରାଷ୍ଟ୍ରପତି

ନୂଆଦିଲ୍ଲୀ: ଟିକା ନେଇ ନଥିଲେ ବୋଲି ଫୁଟବଲ ମ୍ୟାଚ୍‌ ଦେଖିପାରିଲେନି ରାଷ୍ଟ୍ରପତି। ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ କହିଛନ୍ତି ଯେ ତାଙ୍କ ପାଖରେ କରୋନା ଟିକାକରଣ ପ୍ରମାଣପତ୍ର ନ ଥିବାରୁ ତାଙ୍କୁ ସାଣ୍ଟୋସ ବନାମ ଗ୍ରେମିଓ ଫୁଟବଲ ମ୍ୟାଚରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା।

ବୋଲସନାରୋ ଗଣମାଧ୍ୟମକୁ କହିଛନ୍ତି ଯେ ଟିକା ନେଇଥିବା ଲୋକଙ୍କ ଅପେକ୍ଷା ତାଙ୍କ ପାଖରେ ଅଧିକ ଆଣ୍ଟିବଡି ଅଛି। ମେଟ୍ରୋପୋଲ୍ସ ରବିବାର ଦିନ ସାଓ ପାଉଲୋରେ ଗୁଆରଜା ଠାରେ ପ୍ରେସ ସହ ରାଷ୍ଟ୍ରପତିଙ୍କ ବାର୍ତ୍ତାଳାପର ଏକ ଭିଡିଓ ଜାରି କରିଛି।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବୋଲସନାରୋ ବର୍ତ୍ତମାନ ସାଓ ପାଉଲୋରେ ଛୁଟି କରୁଛନ୍ତି। ଜୁଲାଇ ୨୦୨୦ ରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। କିଛି ସପ୍ତାହ ଧରି ସଙ୍ଗରୋଧରେ ରହିବା ପରେ ସେ କାର୍ଯ୍ୟକ୍ଷେତ୍ରକୁ ଫେରିଥିଲେ। ସେ ଲକ୍‌ଡାଉନ ଏବଂ ମାସ୍କ ପିନ୍ଧିବାର ନିୟମକୁ ବିରୋଧ କରୁଛନ୍ତି।

ବ୍ରାଜିଲରେ କରୋନା ମୃତ୍ୟୁ ସଂଖ୍ୟା ୬ ଲକ୍ଷ ଅତିକ୍ରମ କରିଛି। ମୃତ୍ୟୁ ଦୃଷ୍ଟିରୁ ଏହା ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ସଂକ୍ରମଣ କ୍ଷେତ୍ରରେ ଆମେରିକା ଭାରତ ପରେ ତୃତୀୟ ସ୍ଥାନରେ ରହିଛି।

Leave A Reply

Your email address will not be published.