Latest Odisha News

BREAKING NEWS

କରୋନା ମୃତ୍ୟୁକୁ ରୋକିବାରେ ମୋନୋକ୍ଲୋନାଲ ଥେରାପି ୧୦୦% ପ୍ରଭାବଶାଳୀ

ହାଇଦ୍ରାବାଦ: ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନା ସଂକ୍ରମଣ ଜନିତ ମୃତ୍ୟୁକୁ ରୋକିବାରେ “ମୋନୋକ୍ଲୋନାଲ ଆଣ୍ଟିବଡି ଥେରାପି” ଶତପ୍ରତିଶତ ପ୍ରଭାବଶାଳୀ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଥେରାପି ଦିଆଯିବା ପରଠାରୁ ମୋନୋକ୍ଲୋନାଲ ଆଣ୍ଟିବଡି ଡ୍ରଗ୍ କକଟେଲ କରୋନା ପାଇଁ ଏକ “ଚମତ୍କାର ଉପଶମ” ଭାବରେ ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲା। କିନ୍ତୁ ପ୍ରାରମ୍ଭିକ ବୈଜ୍ଞାନିକ ପ୍ରମାଣ ଏଥିପାଇଁ ପର୍ଯ୍ୟାପ୍ତ ନୁହେଁବୋଲି ଜଣାପଡ଼ିଛି । କିନ୍ତୁ SARS CoV2 ର ଡେଲଟା ଭାରିଆଣ୍ଟକୁ ସମଗ୍ର ବିଶ୍ୱରେ କୌଣସି ଅଧ୍ୟୟନ କରାଯାଇ ନାହିଁ।

ରିପୋର୍ଟ ଅନୁଯାୟୀ ମୋନୋକ୍ଲୋନାଲ ଥେରାପି SARS CoV 2 ର ଡେଲଟା ଭାରିଆଣ୍ଟରେ ସଂକ୍ରମିତ ଉଚ୍ଚ ବିପଦଜନକ ବ୍ୟକ୍ତିଙ୍କ ମୃତ୍ୟୁ ହେବାର ସମ୍ଭାବନାକୁ ୧୦୦% ହ୍ରାସ କରିଥାଏ।

“୬୦ ବର୍ଷରୁ ଅଧିକ କିମ୍ବା  ବର୍ଷ୬୦ରୁ କମ୍ କିନ୍ତୁ ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ, ଗର୍ଭବତୀ ମହିଳା, କ୍ରନିକ୍ ରୋଗରେ ଆକ୍ରାନ୍ତ ବ୍ୟକ୍ତି ବହୁତ ଉପକୃତ ହେବେ। ଅନୁସନ୍ଧାନରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ ଯଦି ଏହା ଠିକ୍ ସମୟରେ ଦିଆଯାଏ, ମୋନୋକ୍ଲୋନାଲ ଥେରାପି ରୋଗର ବିପଦକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଏ ବୋଲି ଏଆଇଜି ହସ୍ପିଟାଲର ଚେୟାରମ୍ୟାନ୍ ଡା. ନାଗେଶ୍ୱର ରେଡ୍ଡୀ କହିଛନ୍ତି।

Leave A Reply

Your email address will not be published.