Latest Odisha News

ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ଲୋଗୋ ଉନ୍ମୋଚିତ

ମୁମ୍ବାଇ: ଆଜିର ଦିନରେ ଭାରତୀୟ କ୍ରିକେଟ ଟିମ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ ଜିତିଥିଲା । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଆଇସିସି ୨୦୨୩ ବିଶ୍ୱକପର ଲୋଗୋ ଉନ୍ମୋଚିତ କରିଛି । ଆଇସିସି ତାର ଟୁଇଟର ଆକାଂଉଟରେ ଏହାର ଫଟୋ ଶେୟାର କରିଛି । ଭାରତରେ ଏଥର ଏହି ବିଶ୍ୱକପ ଆୟୋଜିତ ହେଉଥିବାରୁ ଦର୍ଶକମାନଙ୍କ ଉତ୍କଣ୍ଠା ପ୍ରବଳ ରହିଛି । ଲୋଗୋ ଉନ୍ମୋଚନ ଅବସରରେ ଭାବନାକୁ ଦର୍ଶାଇବା ପାଇଁ ନବରସର ବ୍ୟବହାର କରାଯାଇଛି । ୧୯୮୩ ବିଜୟର ଦୀର୍ଘ ଦିନ ପରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୧୧ ବିଶ୍ୱକପ ଜିତିଥିଲା ।

ଏବେ ଏହା ମାଧ୍ୟରେ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ଟିମ ଇଣ୍ଡିଆ ଏହି ସଫଳତା ପୁନରାବୃତି କରିପାରି ନାହିଁ । ପୁନର୍ବାର ଘରୋଇ ପରିବେଶରେ ଏଥର ବିଶ୍ୱକପ ଖେଳାଯିବାକୁ ଥିବାରୁ ପୁନର୍ବାର ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡାଯିବ ବୋଲି ବିସିସିଆଇ ସେକ୍ରେଟାରୀ ଜୟ ଶାହ ଭାବପ୍ରବଣ ହୋଇ କହିଛନ୍ତି ।

Leave A Reply

Your email address will not be published.