Latest Odisha News

ଜନତା କର୍ଫ୍ୟୁ ଯୋଗୁଁ କୋଳାହଳ ମୁକ୍ତ ହେଲା ମାୟାନଗରୀ

ମୁମ୍ବାଇ: ରବିବାର ୨୨ ମାର୍ଚ୍ଚ ହୋଇଥିବା ଜନତା କର୍ଫ୍ୟୁ ଯୋଗୁଁ ମାୟା ନଗରୀ ମୁମ୍ବାଇରେ କମିଛି କୋଳାହଳ। କର୍ଫ୍ୟୁ ମଧ୍ୟରେ ଅମିତାଭ ବଚ୍ଚନ ଟ୍ୱିଟରରେ ମୁମ୍ବାଇ ସ୍ଥିତ ସମୁଦ୍ରର ନୀରବ କୂଳର ଏକ ଭିଡିଓ ସେୟାର କରି ଲେଖିଛନ୍ତି ଏହା ହେଉଛି ଜାତୀୟ ଅନୁଶାସନର ଅର୍ଥ, ଜୟହିନ୍ଦ ‘| ୨୪ ଘଣ୍ଟା କୋଳାହଳ ପୂର୍ଣ୍ଣ ରହୁଥିବା ମୁମ୍ବାଇ ସହର ରବିବାର ଦିନ ସମୁଦ୍ରର ତରଙ୍ଗ, ପକ୍ଷୀ, ପବନର ଶବ୍ଦ ଶୁଣି ଏକ ପ୍ରକାର ଅଟକି ଯାଇଥିଲା ।

ମୁମ୍ବାଇ ଟ୍ରାଫିକ ପୋଲିସର ଏସିପି ପ୍ରବୀଣ ପେଡକର କହିଛନ୍ତି ଯେ କିଛି ଦିନ ପୂର୍ବରୁ ଶବ୍ଦ ନିୟନ୍ତ୍ରଣ ଏବଂ ସଚେତନତା ପାଇଁ ଆମକୁ ଏକ ଭଏସ୍ ମିଟର ଲଗାଇବାକୁ ପଡୁଥିଲା। କିନ୍ତୁ ଏହି ଜନତାକର୍ଫ୍ୟୁ ପାଇଁ ଏହି ୧୪ ଘଣ୍ଟା ଚାରିଆଡେ ଏକ ସୁଖଦ ନିରବତା ଖେଳିଯାଇଥିଲା ।

 

Comments are closed.