Latest Odisha News

BREAKING NEWS

ଜନତା କର୍ଫ୍ୟୁ ପ୍ରଭାବ: ରବିବାର ହୋଇନାହିଁ ଗୋଟିଏ ମଧ୍ୟ ସଡକ ଦୁର୍ଘଟଣା !

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭାଇରସର ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବା ପାଇଁ ରବିବାର ୨୨ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପି ଜନତା କର୍ଫ୍ୟୁର ଆହ୍ୱାନ ଦେଇଥିଲେ।

ଏହାକୁ ସଫଳତାର ସହ ଦେଶବାସୀ ପାଳନ କରିଛନ୍ତି । ଏହା ଯୋଗୁ ରାସ୍ତାଘାଟରେ କୌଣସି ଗାଡି ମୋଟର ଦେଖିବାକୁ ମିଳିନଥିଲା। ଯାହା ଫଳରେ ରବିବାର ଦେଶରେ ଗୋଟିଏ ମଧ୍ୟ ସଡକ ଦୁର୍ଘଟଣା ହୋଇନଥିବା ରିପୋର୍ଟରେ ପ୍ରକାଶ ।

ଜନତା କର୍ଫ୍ୟୁ ପ୍ରଭାବରେ ଦେଶର ରବିବାର ଦିନ କୌଣସି ସଡକ ଦୁର୍ଘଟଣା ହୋଇନଥିବା ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପ୍ରଦାନ କରିଥିବା ରିପୋର୍ଟରେ କୁହାଯାଇଛି । ଏହି ରିପୋର୍ଟ ଅନୁଯାୟୀ, ପ୍ରତିଦିନ ହାରାହାରି ୧୨୮୦ ଟି ସଡ଼କ ଦୁର୍ଘଟଣା ଘଟୁଥିବା ବେଳ ଏଥିରେ ପାଖାପାଖି ୪୧୫ ଜଣଙ୍କର ମୃତ୍ୟୁ ଘଟିଥାଏ।

Leave A Reply

Your email address will not be published.