Latest Odisha News

BREAKING NEWS

୪୦ ହଜାର କୋଟି ଟଙ୍କାରେ ବିକ୍ରି ହେଲା ଚେଲସୀ ଫୁଟବଲ କ୍ଲବ

ଲଣ୍ଡନ: ୪୦ ହଜାର କୋଟି ଟଙ୍କା ବିନିମୟରେ ଚେଲସୀ ଫୁଟବଲ କ୍ଲବ ବିକ୍ରି ହୋଇଛି । ବୁଧବାର ବ୍ରିଟିଶ ସରକାର ଟଡ ବୋହେଲୀ ଓ କ୍ଲିୟରଲେକ କସୋର୍ଟିୟମକୁ ମଂଜୁରୀ ଦେବା ସହ ଲାଇସେନ୍ସ ପ୍ରଦାନ କରିଛନ୍ତି । ରୋମନ ଆବ୍ରାମୋଭିଚଙ୍କ ଅନୁମତି ପରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚେଲସୀ କ୍ଲବ ଫୁଟବଲ ସହ ଜଡିତ ରହୁ ବୋଲି ସମସ୍ତ ଅଫିସିଆଲ କାର୍ଯ୍ୟ ଶେଷ ହେବା ପରେ ୟୁକେ ସରକାରଙ୍କ ମନ୍ତ୍ରୀ ନାଦିନ ଡୋରିସ କହିଛନ୍ତି ।

ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ଚେଲସୀ କ୍ଲବ ବିକ୍ରୀ ହୋଇଛି । ଏହାର ମାଲିକ ଆବ୍ରାମୋଭିଚ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ନିକଟତର ହୋଇଥିବାରୁ ଚାପ ଯୋଗୁ କ୍ଲବ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ । ଟଡ ବେହୋଲୀଙ୍କ ଆମେରିକା ବାସ୍କେଟବଲ ଲିଗ ଏନବିଏର ୨ଟି ଟିମ( ଲସ ଆଞ୍ଜୋଲିସ ଲେକର୍ସ, ପୁରୁଷ, ଲସ ଆଞ୍ଜୋଲିସ ୍ସ ସ୍ପାକର୍ସ, ମହିଳା)ରେ ଅଂଶୀଦାର ରହିଛି । ଏହା ବ୍ୟତୀତ ଏମଏଲବିରେ ଲସ ଆଞ୍ଜୋଲିସନ ଡଜର୍ସ ନାମକ ଟିମ ରହିଛି । ଚେଲସୀ କ୍ଲବକୁ କିଣିବା ପାଇଁ ଅନେକ ନାମୀ ଦାମୀ କମ୍ପାନୀ ଏବଂ କୋଟିପତିମାନେ ଆଗ୍ରହ ପ୍ରକାଶ କରିଥିଲେ । ନୂତନ ମାଲିକ ପାଇବା ପରେ ୧.୭୫ ବିଲିୟନ ପାଉଣ୍ଡ ଖର୍ଚ୍ଚ କରିବ ।

Leave A Reply

Your email address will not be published.