Latest Odisha News

BREAKING NEWS

ଆସନ୍ତୁ ଜାଣିବା ବ୍ରିଟେନର ଭ୍ୟାକ୍ସିନୋଲୋଜି ସାରା ଗିଲବର୍ଟଙ୍କ ସମ୍ପର୍କରେ

ଲଣ୍ଡନ: କରୋନା ଭାଇରସ ଭ୍ୟାକ୍ସିନ ପ୍ରସ୍ତୁତରେ ପ୍ରଫେସର ସାରା ଗିଲବର୍ଟ ଏବଂ ତାଙ୍କ ଟିମ୍ ସଫଳତାଠାରୁ କିଛି ପାଦ ଦୂରରେ ଅଛନ୍ତି । ଆସନ୍ତୁ ଜାଣିବା ସାରାଙ୍କ ବିଷୟରେ-
୧. ୧୯୬୨ ଏପ୍ରିଲରେ ସେ ଜନ୍ମ ଗ୍ରହଣ କରିଥିଲେ ।
୨. କେଟରିଙ୍ଗ ବାଳିକା ହାଇସ୍କୁଲରେ ସାରା ଗିଲବର୍ଟ ପାଠପଢ଼ା ଆରମ୍ଭ କରିଥିଲେ । ଚୁପଚାପ ରହୁଥିବା ଏହି ବାଳିକା ପ୍ରଥମରୁ ନିଜକୁ ମେଧାବୀ ଛାତ୍ରୀ ଭାବେ ଗଢ଼ି ତୋଳିଥିଲେ ।
୩. ସେ ୯ ଥର ଓ-ଲେଭେଲରେ ପାସ୍ କରିଥିଲେ । ଏହା ପରେ ସେ ପ୍ରାଣୀବିଜ୍ଞାନ ପାଠ ପଢ଼ିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ୧୦ମ ପରେ ସେ ପାର୍କ ରୋଡ ଜୁନିୟର ସ୍କୁଲରେ ପାଠ ପଢ଼ିଥିଲେ ।
୪. ୟୁନିଭରସିଟି ଅଫ ହଲରେ ପିଏଚଡି କରିଥିଲେ ।
୫. ୟୁନିଭରସିଟି ଅଫ ଅକ୍ସଫୋର୍ଡ, ଭାସିଟେକ୍ ଓ ଡେଲଟା ବାଓଟେକନୋଲାଜିରେ ଅଧ୍ୟୟନ କରିଥିଲେ ।
୬. ଜେନେଟିକ୍ ଓ ବାୟୋ କେମେଷ୍ଟ୍ରିରେ ଗବେଷଣା ଆରମ୍ଭ କରିଥିଲେ


୭. ଏକ ମ୍ୟୁଜିକାଲ ପରିବାରରେ ସେ ଆସିଥିଲେ । ତାଙ୍କ ମାଆ ହାଜେଲ ଜଣେ ଭଲ ସଙ୍ଗୀତକାର ଥିଲେ । ଏହାର ପ୍ରଭାବ ଗିଲବର୍ଟଙ୍କ ଉପରେ ପଡିଥିଲା ସେ ମଧ୍ୟ ସ୍କୁଲରେ ଓବେବ ବଜାଉଥିଲେ ।
୮. ୧୯୯୮ରେ ଗିଲବର୍ଟ ତିନୋଟି ସନ୍ତାନ (ଟ୍ରିପଲେଟ)ର ମାଆ ହୋଇଥିଲେ । ତାଙ୍କ ପାର୍ଟନର ସେମାନଙ୍କୁ ଲାଳନ ପାଳନ କରୁଛନ୍ତି । ପାର୍ଟନରଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳି ନାହିଁ ।
୯. ୟୁନିଭର୍ସାଲ ଫ୍ଲୁ ଭ୍ୟାକ୍ସିନ ଉପରେ ସେ ଦୀର୍ଘ ଦିନ ଧରି ଗବେଷଣା କରୁଛନ୍ତି ।
୧୦. ଲିପିଡ ଆକୁମୁଲେସେନ ଏବଂ ଜେନେଟିକ୍ ରୋଡୋସ୍ପ୍ରୋଡିୟମ ଉପରେ ଥେସିସ୍ ଲେଖିଛନ୍ତି ।

Leave A Reply

Your email address will not be published.