Latest Odisha News

BREAKING NEWS

ଦେହ ପାଇଁ ଉପକାରୀ ବ୍ରାଉନ୍ ବ୍ରେଡ, ଜାଣନ୍ତୁ ଏହାର ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସମ୍ଭବ ହେଉନାହିଁ । କିନ୍ତୁ ଏହା ଭିତରେ ବି ଖାଦ୍ୟ ପ୍ରତି ସଚେତନ ହେବାକୁ ପଡିଥାଏ । ଆମେ ପ୍ରତିଦିନ ଯେଉଁ ଖାଦ୍ୟ ଖାଉଛେ କେତେ ଖରାପ ଓ କେତେ ଭଲ ତାହା ମଧ୍ୟ ଚିନ୍ତା କରିବାକୁ ପଡିଥାଏ । ତେବେ ବ୍ୟସ୍ତତା ଭିତରେ ସାଧାରଣତଃ ଲୋକେ ସକାଳ ଜଳଖିଆ ପାଇଁ ବ୍ରେଡ ଆପଣାଇଥାନ୍ତି । ଆଜିକାଲି ଲୋକେ ଅଧିକାଂଶ ହ୍ୱାଇଟ୍‌ ବ୍ରେଡକୁ ରିଜେକ୍ଟ କରି ବ୍ରାଉନ ବ୍ରେଡ୍‌କୁ ବାଛିଲେଣି। ତେବେ କାହିଁକି ଲୋକେ ହ୍ୱାଇଟ୍‌ ବ୍ରେଡ ବଦଳରେ ବ୍ରାଉନ ବ୍ରେଡ୍‌ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି, ଆସନ୍ତୁ ଜାଣିବା ।

ବାସ୍ତବରେ ମାରାତ୍ମକ ରେଜେଣ୍ଟସ୍ ପୋଟାସିୟମ୍ ବ୍ରୋମେଟ୍ ଏବଂ ପୋଟାସିୟମ୍ ଆୟୋଡାଇଡ୍‌ ହ୍ୱାଇଟ୍‌ବ୍ରେଡ୍‌ରେ ମିଶାଯାଇଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ହ୍ୱାଇଟ୍‌ବ୍ରେଡ୍‌ ତୁଳନାରେ ବ୍ରାଉନ୍‌ବ୍ରେଡ୍‌ରେ ଅଧିକ ପୋଷକ ତତ୍ତ୍ୱ ରହିଛି । ହ୍ୱାଇଟ୍‌ ବ୍ରେଡ୍‌କୁ ଖାଇବା ମାତ୍ରେ ବ୍ଲଡ ସୁଗାର ଲେବୁଲ ଓ ଇନ୍‌ସୁଲିନ୍‌ ଦ୍ରୁତ ଗତିରେ ବଢ଼ିଥାଏ । ପ୍ରତି ଦିନ ଦୁଇ ଖଣ୍ଡରୁ ଅଧିକ ହ୍ୱାଇଟ୍‌ବ୍ରେଡ୍‌ ଖାଉଥିବା ବ୍ୟକ୍ତିଙ୍କ ଓଜନ ବଢ଼ିବା ଆଶଙ୍କା ୪୦% ଅଧିକ ରହିଛି । ସମସ୍ତ ପ୍ରକାରର ବ୍ରେଡ୍‌(ଧଳା, ବାଦାମୀ, ମଲ୍ଟିଗ୍ରେନ୍, ଗହମ, ବନ୍ ଏବଂ ପିଜା ବେସ୍) ରେ କର୍ସିନୋଜେନ୍ସ କେମିକାଲ ପଦାର୍ଥ ଥାଏ । ଯାହା କ୍ୟାନ୍‌ସର ଏବଂ ଥାଇରଏଡ୍ ରୋଗର କାରଣ ହୋଇଥାଏ । ବଜାରରେ ବିକ୍ରି ହେଉଥିବା ସମସ୍ତ ବ୍ରେଡ୍‌ ନମୂନା ମଧ୍ୟରୁ ୮୪% ରେ ପୋଟାସିୟମ୍ ବ୍ରୋମେଟ୍ ଏବଂ ପୋଟାସିୟମ୍ ଆୟୋଡାଇଡ୍‌ ଥାଏ ।

ହ୍ୱାଇଟ୍‌ବ୍ରେଡ୍‌କୁ ତିଆରି କରିବା ବେଳେ ଗହମରୁ ଚୋକଡ ଅଂଶ ଏବଂ ମଞ୍ଜିକୁ ବାହାର କରିଦିଆଯାଏ ଏବଂ ପୋଟାସିୟମ୍, ବ୍ରୋମେଟ୍, ବେନୋଜୋଏଲ୍ ପେରକ୍ସାଇଡ୍ ଏବଂ କ୍ଲୋରାଇନ୍ ଡାଇଅକ୍ସାଇଡ୍ ସହ ବ୍ଲିଚ୍ ମିଶାଇ ଦିଆଯାଏ । ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ । ଅନ୍ୟପକ୍ଷରେ ବ୍ରାଉନ ବ୍ରେଡ ତିଆରି କରିବାବେଳେ, ଗହମର ଚୋକଡ ଅଂଶକୁ କାଢ଼ାଯାଏ ନାହିଁ । ଯେଉଁଥିପାଇଁ ବ୍ରାଉନ୍ ବ୍ରେଡ୍‌ରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ।

Leave A Reply

Your email address will not be published.