Latest Odisha News

BREAKING NEWS

ନିଶ୍ଚିହ୍ନ ହୋଇଗଲା ପୁରା ପରିବାର: ଭାଈ ଭଉଣୀ ପରେ ଚାଲିଗଲେ ମାଆ

ବରଗଡ଼: ସୋହେଲାରେ କୀଟନାଶକ ପିଇ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ ଘଟଣା । ସପ୍ତାହ ମଧ୍ୟରେ ନିଶ୍ଚିହ୍ନ ହୋଇଯାଇଛି ପୁରା ପରିବାର  । ବାପାଙ୍କ ପରେ ଆଖି ବୁଜିଛନ୍ତି ପରିବାରର ୩ ସଦସ୍ୟ । ସୂଚନା ଅନୁଯାୟୀ ଗତକାଲି ପାରିବାରିକ ସମସ୍ୟାକୁ ନେଇ ମାଆ, ପୁଅ ଓ ଝିଅ କୀଟନାଶକ ଖାଇଥିଲେ । ଏହାପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା  ।

ଭାଇ ଓ ଭଉଣୀଙ୍କ ଜୀବନ ବଞ୍ଚିାଇବା କଷ୍ଟକର ହୋଇଥିଲା  । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଉଭୟ ମୃତ୍ୟୁବରଣ କରିଥିଲେ  । ସଙ୍କଟାପର୍ଣ୍ଣ ଅବସ୍ଥାରେ ମାଆ ଚିକିତ୍ସିତ ହେଉଥିଲେ  । ହେଲେ ଆଜି ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମାଆ କୁମୁଦିନୀ ସାହୁଙ୍କ ମୃତ୍ୟୁ ହୋଇଛି । ପୁରା ପରିବାର ନିଶ୍ଚିହ୍ନ ହୋଇଯାଇଛି । ଗତ ସେପ୍ଟେମ୍ବର ୬ ତାରିଖରେ ବାପାଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ପୁରା ପରିବାର ।

 

Leave A Reply

Your email address will not be published.