ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ତରଫରୁ ବ୍ରାଉନସୁଗାର କାରବାର ଚଳାଇଥିବା ସନ୍ଦୀପ ଅଗ୍ରୱାଲ(୨୮) ଓରଫ ସାଣ୍ଡିକୁ ଗିରଫ କରାଯାଇଛି । ଏଥି ସହିତ ସାଣ୍ଡିର ବାଇକ ଡିକିରୁ ୧୧୨ ଗ୍ରାମର ବ୍ରାଉନସୁଗର ମିଳିଛି, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ।
ଗତ କିଛି ଦିନ ହେଲା ବ୍ରହ୍ମପୁର ସହରରେ ବ୍ରାଉନସୁଗର କାରବାର ବଢ଼ି ଚାଲିଛି । କାରବାର ହେଉଥିବା ଖବର ପାଇ ଅବକାରୀ ଉପ ଆୟୁକ୍ତ ଅଶୋକ କୁମାର ଶତପଥୀଙ୍କ ନିର୍ଦେଶକ୍ରମରେ ବୁଧବାର ବିଭାଗର ଏକ ଟିମ ଗୋଦାବରୀଶନଗର ଅଞ୍ଚଳରେ ଛକି ରହିଥିଲା ।
ସେହି ରାସ୍ତା ଦେଇ ଯାଉଥିବା ସାଣ୍ଡିକୁ ଅଟକାଇ ପଚରାଉଚରା କରିଥିଲା । ସେ ଚଲାଉଥିବା ବାଇକ୍ (ଓଡି-୦୭-ଏଏ-୫୮୩୩)ର ଡିକିକୁ ଯାଞ୍ଚ କରାଯାଇଥିଲା । ସେଥିରୁ ବ୍ରାଉନସୁଗର ମିଳିଥିଲା । ସାଣ୍ଡି ପ୍ରେମନଗର ହାଉସିଂ ବୋର୍ଡ଼ରେ ରହୁଥିବା ବେଳେ ଖୋର୍ଦ୍ଧା ସହ ଅନ୍ୟାନ୍ୟ ଅଞ୍ଚଳରୁ ବ୍ରାଉନସୁଗାର ଆଣି ବ୍ରହ୍ମପୁରରେ ବିକ୍ରି କରୁଥିଲେ ।
ପୂର୍ବରୁ ମଧ୍ୟ ବ୍ରଉନସୁଗର ଚାଲାଣ ଅଭିଯୋଗରେ ସାଣ୍ଡିକୁ ଟାଉନ ଥାନା ଓ ଗୋସାଇଁନୂଆଗାଁ ଥାନା ପୋଲିସ ଗିରଫ କରିଛି । ହେଲେ ସେ ଜାମିନ୍ଷର ବାହାରକୁ ଆସିଯାଉଛନ୍ତି । ବୁଧବାର ଘଟଣାକୁ ନେଇ ଅବକାରୀ ଥାନାରେ ୩୫୩/୨୨-୨୩ରେ ଏକ ମାମଲା ରୁଜୁ କରାଯାଇ ସାଣ୍ଡିକୁ କୋର୍ଟ ଚାଲାଣ କରାଯାଇଛି । ଚଢଉ ବେଳେ ଅବକାରୀ ଡେପୁଟି ସୁପେରିଟେଣ୍ଡେଣ୍ଟ କୁବେର ସେଠୀ, ଇନ୍ସପେକ୍ଟର ହୃଦୟଚନ୍ଦ୍ର ସାମନ୍ତ, ଏଏସଆଇ ବ୍ରଜବିହାରି ନାୟକ ପ୍ରମୁଖ ସାମିଲ ଥିଲେ ।
Comments are closed.