Latest Odisha News

BREAKING NEWS

ପିଟି ଉଷା ଯିବେ ରାଜ୍ୟସଭା: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ଦୌଡରାଣୀ ପିଟି ଉଷା । ପିଟି ଉଷାଙ୍କ ସହିତ ଫିଲ୍ମ କମ୍ପୋଜର ଓ ସଙ୍ଗୀତକାର ଇଲୈୟାରାଜା, ବୀରେନ୍ଦ୍ର ହେଗଡେ ଓ ବି ବିଜୟେନ୍ଦ୍ର ପ୍ରସାଦ ରାଜ୍ୟସଭା ଯିବାକୁ ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।

ଟୁଇଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପିଟି  ଉଷା ଖେଳରେ ଅନେକ ଉପଲବ୍ଧି ହାସଲ କରିଛନ୍ତି । ଗତ କିଛି ବର୍ଷ  ଭିତରେ ନୂଆ ଆଥଲେଟ୍ ମାନଙ୍କୁ ମାର୍ଗଦର୍ଶନ ପାଇଁ ସେ ଅନେକ କାମ କରିଛନ୍ତି । ତେଣୁ ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି  ସଙ୍ଗୀତକାର ଇଲୈୟାରାଜାଙ୍କ ବିଷୟରେ ଏବଂ  ବୀରେନ୍ଦ୍ର ହେଗଡେଙ୍କ ବିଷୟରେ  ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରିଛନ୍ତି

 

 

ବିଜୟେନ୍ଦ୍ର ପ୍ରସାଦ ମଧ୍ୟ ରାଜ୍ୟସଭାକୁ ଯିବାକୁ ମନୋନୀତ ହୋଇଛନ୍ତି । ତାଙ୍କ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ଦର୍ଶକଙ୍କ ସହିତ ରଚନାତ୍ମକ ଦୁନିଆରେ ଯୋଡି ହୋଇ ରହିଛନ୍ତି ।

Leave A Reply

Your email address will not be published.