Latest Odisha News

BREAKING NEWS

ବ୍ରାଉନସୁଗର ବିକ୍ରି ପାଇଁ ଆସିଥିଲେ ଯୁବକ, ବସଷ୍ଟାଣ୍ଡରୁ ବାନ୍ଧିଲା ପୋଲିସ

ରାଇରଙ୍ଗପୁର: ବ୍ରାଉନସୁଗରା ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଝାଡ଼ଖଣ୍ଡରୁ ଆସି ରାଇରଙ୍ଗପୁରରେ ବିକ୍ରି କରୁଥିଲା ଧଳ ଜହର । ବିଶେଷସୂତ୍ରରୁ ଖବର ପାଇଁ ଛକି ରହିଥିଲା ପୋଲିସ । ରାଇରଙ୍ଗପୁର ବସଷ୍ଟାଣ୍ଡରେ ଡିଲ୍ ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ରାଇରଙ୍ଗପୁର ଟାଉନ୍ ଥାନା ପୋଲିସ । ତା ନିକଟରୁ ୬ ଗ୍ରାମରୁ ଅଧିକ ବ୍ରାଉନସୁଗର ଜବତ ହୋଇଛି ।

ଗିରଫ ଅଭିଯୁକ୍ତ ହେଉଛି ଝାଡଖଣ୍ଡ ଆଦିତ୍ୟପୁରର ଅବଦୁଲ କୁଏମ । ସେ ରାଇରଙ୍ଗପୁର ଅଞ୍ଚଳରେ ବ୍ରାଉନସୁଗର ବିକ୍ରି କରୁଥିବା ପୋଲିକୁ ଖବର ମିଳିଥିଲା । ଆଜି ସକାଳେ ବାଇକରେ ଆସି ରାଇରଙ୍ଗପୁର ବସଷ୍ଟାଣ୍ଡରେ ଡିଲ୍ କରିବା ପୂର୍ବରୁ ପୋଲିସ ଚଢ଼ାଉ କରିଥିଲା ।

Leave A Reply

Your email address will not be published.