Latest Odisha News

BREAKING NEWS

୨୭୫ ଗ୍ରାମ୍ ବ୍ରାଉନସୁଗାର ଜବତ, ୬ ବେପାରୀ ଗିରଫ

ପୁରୀ: ଯାଞ୍ଚ ବେଳେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ । ପୁରୀ ସହରର ମଙ୍ଗଳାଘାଟ ଛକ ନିକଟରେ ଗାଡ଼ି ଯାଞ୍ଚ ବେଳେ ୨୭୫ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛି ବାସେଳି ସାହି ଥାନା ପୋଲିସ । ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ । ୬ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲାର କୃଷ୍ଣଚନ୍ଦ୍ର ଭୁଜବଳ, ସୋମନାଥ ଭୁଜବଳ, ଅନୀଲ ବରାଳ, ନରେନ୍ଦ୍ରକୋଣର ବାବୁନା ନାୟକ, ବାରବାଟୀର ବଳରାମ ଭୋଇ, ପୁରୀ ଗୋଖ ସାହିର ବାବୁନା ବେହେରା । ସେମାନଙ୍କ ନିକଟରୁ ଜବତ ହୋଇଛି ପିସ୍ତଲ, ଗୁଳି, ବାଇକ୍ ଓ କାର୍ ।
Seizure in Brown Sugar case
ବାସେଳି ସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟ ଛକ ନିକଟରେ ଗାଡ଼ି ଯାଞ୍ଚ ଚାଲିଥିଲା । ୫ଜଣ ନିଶା ବେପାରୀ ଗୋଟିଏ କାର୍ (ଓଆର୍-୦୨-ବିଏଚ୍ ୫୪୦୨)ରେ ବ୍ରାଉନ୍ ସୁଗାର ନେଉଥିଲେ । ଚେକିଂ ବେଳେ ସେମାନଙ୍କୁଠାରୁ ଜବତ ହୋଇଥିଲା ଧଳା ଜହର । ଗିରଫ କରି ଅଧିକ ପଚରାଉଚରା ଜାରି ରଖିଛି ପୁରୀ ପୋଲିସ ।

Leave A Reply

Your email address will not be published.