Latest Odisha News

BREAKING NEWS

ମୁମ୍ବାଇରେ ୨୦୦ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

ମୁମ୍ବାଇ: ମୁମ୍ବାଇରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨୦୦ କୋଟି ଟଙ୍କା ରହିଛି । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଏନସିବି ।

ଏନସିବି ସୂଚନା ମୁତାବକ, ଜବତ ବ୍ରାଉନସୁଗାର ମଧ୍ୟରେ ରହିଛି ୧୧.୫୪୦ କିଲୋଗ୍ରାମର ହାଇ କ୍ବାଲିଟ୍‌ କୋକିନ୍‌, ୪.୯ କିଲୋଗ୍ରାମ ହାଇବ୍ରିଡ୍ ସ୍ଟ୍ରେନ ହାଇଡ୍ରୋପୋନିକ ଚରସ ଏବଂ ୨୦୦ ପ୍ୟାକେଟ ଗଞ୍ଜେଇ ।

ଏନସିବି ଆହୁରି କହିଛି ଯେ, ମୁମ୍ବାଇରେ ଏକ ଅନ୍ତରାଷ୍ଟ୍ରୀୟ କୋରିୟର ଏଜେନ୍ସିରୁ ଏକ ପାର୍ସଲ ପ୍ରଥମେ ଜବତ କରାଯାଇଥିଲା । ଏହି ଜବତ ପାର୍ସଲକୁ ଅଷ୍ଟ୍ରେଲିଆକୁ ପଠାଯାଇଥାଆନ୍ତା । ଏହାପରେ ଅଧିକ ତଦନ୍ତ କରିବା ପରେ ସହରରେ ଆହୁରି ବିପୁଳ ପରିମାଣର ପାର୍ସଲ ମୁମ୍ବାଇରେ ଲୁଚାଇ ରଖାଯାଇଥିବା ଜାଣିବାକୁ ପାଇଲା ଏନସିବି । ତେବେ ଏହାର ଚେର ଆଉ କେଉଁ ଆଡେ ଲମ୍ବିଚି ତାହା ଜାଣବାକୁ ଯାଞ୍ଚ ପ୍ରକ୍ରିୟା କୁ ବ୍ୟାପକ କରାଯାଇଛି ।

 

Comments are closed.