ପାରାଦୀପ: ପାରାଦୀପ ଆଦର୍ଶ ଥାନା ଏବଂ ଲକ୍ ଥାନା ଅଞ୍ଚଳରୁ ଦୁଇ ନିଶା ବ୍ୟବସାୟୀ ଗିରଫ । ଲକ୍ ଥାନା ଅଞ୍ଚଳରୁ ପ୍ରାୟ ୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୨ ଲକ୍ଷ ଟଙ୍କା । ଏହି ଘଟଣାରେ ନିମିଢି ଗାଁର ବଲ୍ଲଭ ସ୍ବାଇଁଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ନିକଟରୁ ଗୋଟିଏ ମୋବାଇଲ ଓ ନଗଦ ୫୦୦ ଟଙ୍କା ଜବତ କରାଯାଇଛି ।
ଏଥିସହ ପାରାଦ୍ଵୀପ ଆଦର୍ଶ ଥାନା ଅଧୀନ କେବିନ୍ ମାର୍କେଟ ନିକଟ ନୂଆ ରାସ୍ତାରୁ ୧୭.୦୩ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଅଠରବାଙ୍କି ଅଞ୍ଚଳର ପ୍ରଦୀପ ମନ୍ତ୍ରୀକୁ ଗିରଫ କରାଯାଇଛି । ଅଭିଯୁକ୍ତ ଠାରୁ ନଗଦ ୨୫ ହଜାର ୮୦୦ ଟଙ୍କା ଏବଂ ଗୋଟିଏ ମୋବାଇଲ ଜବତ କରାଯାଇଛି ।