Latest Odisha News

BREAKING NEWS

ଜନ୍ମଦିବସରେ ଆସନ୍ତୁ ଜାଣିବା କରାଟେ କିଙ୍ଗ ବ୍ରୁସ ଲିଙ୍କ ବିଷୟରେ କିଛି ଅଜଣା କଥା

ପୁରୀ: ମାର୍ସିଆଲ ଆର୍ଟ୍ସକୁ ପରଦା ଓ ମନୋରଞ୍ଜନ ମାଧ୍ୟମରେ ସାରା ବିଶ୍ୱରେ ପରିଚିତ କରିଥିବା ବ୍ରୁସ ଲୀଙ୍କ ଆଜି ୮୧ତମ ଜନ୍ମଦିବସ । ଆସନ୍ତୁ ଜାଣିବା ଏହି ମହାନ କଳାକାରଙ୍କ ବିଷୟରେ କିଛି ଅଜଣା କଥା ।
ବ୍ରୁସ ଜୁନ ଫାନ ଲି ହେଉଛନ୍ତି ଲି ହୁଇ ଚେନ୍ ଓ ଗ୍ରେସ ହୋଙ୍କ ୪ର୍ଥ ସନ୍ତାନ । ସେ ୨୭ ନଭେମ୍ବର ୧୯୪୦ରେ ସନ ଫ୍ରାନସିସ୍କୋର ଚାଇନା ଟାଉନ ଅଂଚଳରେ ଜନ୍ମ ଗ୍ରହଣ କରିଥିଲେ ।
୧.ବ୍ରୁସ ଲିଙ୍କ ଗୋଟିଏ ଆଖି ଖରାପ ଥିଲା । ସେ କନଟାକ୍ଟ ଲେନ୍ସ ବ୍ୟବହାର କରିଥିଲେ । ଏହାକୁ ବ୍ୟବହାର କରିଥିବା ପ୍ରଥମ କିଛି ବ୍ୟକ୍ତିଙ୍କ ମଧ୍ୟରେ ସେ ସାମିଲ । ତେବେ ସହଜ ଅନୁଭବ ନ କରିବାରୁ ଏହାର ବ୍ୟବହାର ପରେ ବନ୍ଦ କରି ଦେଇଥିଲେ ।
୨. ହଂକଂର ଲୋକପ୍ରିୟ ଚାଚା ଡ୍ୟାନ୍ସ ପ୍ରତିଯୋଗିତା ବ୍ରୁସ ଲୀ ଜିତିଥିଲେ । ସେ ଜଣେ ଭଲ ଡ୍ୟାନ୍ସର ଥିଲେ ଏହା ଅନେକୁ ଚକିତ କରିପାରେ ।
୩.ପ୍ରତ୍ୟେକ ଦିନ ୫୦୦୦ ପଂଚ ଅଭ୍ୟାସ କରୁଥିଲେ । ଗୋଟିଏ ଆଙ୍ଗୁଳିରେ ସେ କୋଲାର କ୍ୟାନକୁ କଣା କରି ଦେଉଥିଲେ ।

୪.ସେ ତାଙ୍କ ଶରୀରରୁ ସ୍ୱେଟ ଗ୍ଲାଣ୍ଡସ ହଟେଇ ଦେଇଥିଲେ । ସେ ସମୟରେ ଏହା କିପରି ବିପଦପୂର୍ଣ୍ଣ ତାହା ଆପଣମାନେ ଜାଣି ପାରୁଥିବେ ।
୫. ବକ୍ସର ମହମ୍ମଦ ଅଲୀଙ୍କ ସହ ସେ ଫାଇଟ କରିବାକୁ ଚାହୁଁଥିଲେ । ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇ ନ ଥିଲା ।
୬. ଭିଡିଓ ଗେମ ମୋର୍ଟାଲ କମ୍ବାଟ ଲିଉ କାଙ୍ଗ ଷ୍ଟ୍ରିଟ ଫାଇଟର ୨ର ଫେଇ ଲୋଙ୍ଗ ଟେକେନର ଲ ଚରିତ୍ର ତାଙ୍କ ଉପରେ ଆଧାରିତ ।
୭. ବ୍ରୁସ ଲି ଏକାଥରକେ ପୁସ ଅପ କରିବା ସହ ଟିଭି ଦେଖିବା ଏବଂ ବହି ପଢ଼ି ପାରୁଥିଲେ ।
୮. ସବୁ ବିଦ୍ୟାରେ ପାରଙ୍ଗମ ଥିଲେ ମଧ୍ୟ ବ୍ରୁସ ଲିଙ୍କୁ ପହଁରା ଜଣା ନ ଥିଲା ।
୯. ସେ ସମୟରେ ୧ ଘଂଟାର ମାର୍ସିଆଲ ଆର୍ଟର ପ୍ରଶିକ୍ଷଣ ପାଇଁ ୨୭୫ ଡଲାର ନେଉଥିଲେ ।
୧୦. ଲିଙ୍କ ଯୋଗୁ ଜ୍ୟାକି ଚାନ ହଲିଉଡରେ ପ୍ରତିଷ୍ଠିତ ହୋଇପାରିଥିଲେ । ସେ ଏଂଟର ଦି ଡ୍ରାଗନରେ ଲିଙ୍କ ସହ ଅଭିନୟ କରିଥିଲେ । ତାଙ୍କର ଏକ ଶକ୍ତ କିକ୍ ଜ୍ୟାକିଙ୍କୁ ବାଜିବାରୁ ସେ ଦୀର୍ଘ ଦିନ ଡାକ୍ତରଖାନାରେ ପଡି ରହିଥିଲେ ।
୧୧. ବ୍ରୁସ ଲି ଜଣେ ଭଲ ଗୀତିକାର ଥିଲେ । ଦି ଟାଓ ଜିତ କୁନେ ଡୋ ଶୀର୍ଷକ କବିତା ସେ ଲେଖିଥିଲେ । ଯାହା କି ବେଶ୍ ଲୋକପ୍ରିୟ ହୋଇଥିଲା ।
୧୨.ସେ ଏତେ ଚଂଚଳ ଥିଲେ ଯେ ୩ ଫୁଟ ଦୂରତାରୁ ମାତ୍ର ୦.୦୩ ସେକେଣ୍ଡରେ ଆକ୍ରମଣ କରିପାରୁ ଥିଲେ । ୨ ଆଙ୍ଗୁଳିରେ ଦୀର୍ଘ ସମୟ ପୁସଅପ କରିବା ସହ ୧୧ ସେକେଣ୍ଡ ମଧ୍ୟରେ ୧୨ରୁ ଅଧିକ ପଂଚ ମାରିପାରୁଥିଲେ ।

୧୩. ଦି ଗୁଡ ଆଣ୍ଡ ଦି ଓଭିୟସ, ଦି ବିଗ ବସ୍‌, ଫିଷ୍ଟ ଅଫ ଫ୍ୟୁରୀ, ୱେ ଅଫ ଡ୍ରାଗନ, ଏଂଟର ଦି ଡ୍ରାଗନ ପରି ହଲିଉଡ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କ ନାମ ହଲିଉଡ ହଲ ଅଫ ଫେମରେ ସାମିଲ ହୋଇଛି ।
୧୪. ୩୨ ବର୍ଷରେ ଦୁନିଆକୁ ଅଲବିଦା କହିଥିଲେ । ଜଣେ ସାଙ୍ଗ ଘରେ ପରବର୍ତି ଫିଲ୍ମ ନେଇ ଆଲୋଚନା କରୁଥିଲେ । ମୁଣ୍ଡ ବିନ୍ଧିବାରୁ ତାଙ୍କୁ ପେନ କିଲର ଦିଆଯାଇଥିଲା । ଯାହାକୁ ସେବନ କରିବା ପରେ ପରେ ମୃତ୍ୟୁବରଣ କରିଥିଲେ ।

Leave A Reply

Your email address will not be published.