Latest Odisha News

BREAKING NEWS

ପରୀ ହତ୍ୟା ମାମଲା; ମନ୍ତ୍ରୀଙ୍କ ବିରୁଦ୍ଧରେ ଚାଞ୍ଚଲ୍ୟକର ବୟାନ ଦେଲେ ଗାଁ ସରପଞ୍ଚ

ଭୁବନେଶ୍ୱର: ନୟାଗଡ଼ର ନାବାଳିକା ପରୀ ହତ୍ୟା ମାମଲା ଏକ ସମ୍ବେଦନଶୀଳ ମୋଡ଼ରେ ପହଞ୍ଚିଛି। ମୃତ ପରୀଙ୍କ ଅଞ୍ଚଳର ସରପଞ୍ଚ ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି।

ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ ଶୁକ୍ରବାର ଦିନ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ, ମନ୍ତ୍ରୀ ଅରୁଣ ସାହୁ ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକଙ୍କୁ ସୁରକ୍ଷା ଯୋଗାଉଛନ୍ତି। ନୟାଗଡ଼ ଏସପି ସମେତ ସମଗ୍ର ପ୍ରଶାସନ ମନ୍ତ୍ରୀ ଅରୁଣ ସାହୁଙ୍କ ନିର୍ଦ୍ଦେଶରେ ମାମଲାକୁ ଦବାଇ ଦେବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି।

ନିରୀହ ଝିଅର ହତ୍ୟା ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ପ୍ରଶାସନ ତାଙ୍କୁ ମଧ୍ୟ ଟାର୍ଗେଟ କରିଛି ବୋଲି ସରପଞ୍ଚ କହିଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ପରୀ କୁ ଏକ ହ୍ୟୁମାନ ଅର୍ଗାନ ରାକେଟ ଦ୍ୱାରା ଅପହରଣ କରି ତାର ହତ୍ୟା କରାଯାଇଛି।

ଏହି କୁନି ଝିଅଟି ପାଇଁ ନ୍ୟାୟ ଦାବି କରିବାରୁ ବର୍ତ୍ତମାନ ସରପଞ୍ଚ ଓ ତାଙ୍କ ପରିବାରକୁ ହଇରାଣ କରାଯାଉଥିବା ବେଳେ ସେମାନଙ୍କର କୌଣସି କ୍ଷତି ହେଲେ ଏଥିପାଇଁ ସିଧାସଳଖ ମନ୍ତ୍ରୀ ଅରୁଣ ସାହୁ ଦାୟୀ ରହିବେ ବୋଲି ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.