Latest Odisha News

BREAKING NEWS

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ଗତବର୍ଷ ଠାରୁ କମିଲା ପାସ୍ ହାର

ଭୁବନେଶ୍ଵର: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ମୋଟ୍ ପାସ୍ ହାର ୯୬.୦୭% ଥିବା ବେଳେ ଛାତ୍ରଙ୍କ ତୁଳନାରେ ଭଲ କରିଛନ୍ତି ଛାତ୍ରୀ। ଗତ ବର୍ଷ ପରି ଏଥର ମଧ୍ୟ ବାଜି ମାରିଛନ୍ତି କଟକ, ଜଗତସିଂହପୁରର ଛାତ୍ରଛାତ୍ରୀ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୭.୯୮% ପାସ୍ ହାର ଥିବା ବେଳେ ନୂଆପଡାରେ ସର୍ବନିମ୍ନ ୯୩.୯୧% ପାସ୍ ହାର ରହିଛି । ସେହିପରି ଜଗତସିଂହପୁରରେ ୯୭.୬%, କଟକରେ ୯୭.୫୮% ସୁନ୍ଦରଗଡ଼ ୯୭.୨୪%, ସୁବର୍ଣ୍ଣପୁରରେ ୯୭.୧୧% ପାସ୍ ହାର ରହିଛି ।

୨୬୪୪ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ଥିବା ବେଳେ କୌଣସି ସ୍କୁଲରେ ହୋଇନି ଶୂନ ରେଜଲ୍ଟ । ମୋଟ୍ ୫,୪୧,୬୧ ଜଣ ଛାତ୍ର ପରିକ୍ଷା ଦେଇଥିବା ବେଳେ ୫,୩୦,୧୫୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୫.୩୯% ରହିଛି ।

ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ରେଜଲ୍ଟ ବୁକ୍ ଉନ୍ମୋଚନ କରିବା ସହ ରେଜଲ୍ଟ ଘୋଷଣା କରିଛନ୍ତି । ତେବେ ଚଳିତ ବର୍ଷ କୌଣସି ସମ୍ବାଦିକ ସମ୍ମିଳନୀ ନକରି ପ୍ରେସ ରିଲିଜ ମାଧ୍ୟମରେ ପ୍ରକାଶ ପାଇଛି ରେଜଲ୍ଟ । ମଧ୍ୟମା ଓ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାଫଳ ପ୍ରକାଶ ପାଇଛି । ବୋର୍ଡ ଓ୍ବେବସାଇଟ www.bseodisha.ac.inରୁ ପରୀକ୍ଷାର୍ଥୀମାନେ ରେଜଲ୍ଟ ଜାଣିପାରିବେ । ସେହିପରି OR 10 space ରୋଲ୍ ନମ୍ବର ଲେଖି 5676750କୁ ଏସଏମଏସ କଲେ ଫଳ ଜଣାପଡ଼ିବ ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ରେଜଲ୍ଟ ପ୍ରକାଶ କରାଯିବା ଦିନ ଛାତ୍ରଛାତ୍ରୀଙ୍କୁ ଡିଜିଟାଇଜଡ୍ ସାର୍ଟିଫିକେଟ ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି । ଅପରାହ୍ନ ୪ଟା ପରେ ଏହି ଡିଜିଟାଇଜଡ୍ ସାର୍ଟିଫିକେଟ ଛାତ୍ରଛାତ୍ରୀ ମାନେ ମୋବାଇଲ ମାଧ୍ୟମରେ ପାଇପାରିବେ । ମେ ୨୯ରୁ ଜୁନ ୧୨ ମଧ୍ୟରେ ପୁନଃ ମୁଲ୍ୟାୟନ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।

Leave A Reply

Your email address will not be published.