Latest Odisha News

BREAKING NEWS

ବିଏସଏଫ୍ କ୍ୟାମ୍ପରେ ଆତ୍ମହତ୍ୟା କଲେ ଯବାନ

କୋରାପୁଟ: ବିଏସଏଫ କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଏସଏଫ୍ କ୍ୟାମ୍ପ ୧୫୫ ବାଟାଲିୟନର ଜଣେ ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ନାଁ ଆସେଫ୍ କୁମାର ବରିହା । ମୃତକଙ୍କ ଘର ଗୁଜରାଟରେ ବୋଲି ଜଣା ପଡିଛି । ବିଏସଏଫ୍ କ୍ୟାମ୍ପ ଭିତରେ ଥିବା ଏକ ଅବ୍ୟବହୃତ ଶୌଚାଳୟରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଆସେଫ ବରିହା ।

ଅନ୍ୟ ଯବାନମାନେ ତାଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରିଛି ଲକ୍ଷ୍ମୀପୁର ଥାନା ପୋଲିସ । ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହାଅସ୍ପଷ୍ଟ ରହିଛି । ଆସନ୍ତା ଜାନୁଆରୀ ମାସରେ ଆସେଫ ବରିହା ଚାକିରିରୁ ଅବସର ନେଇ ଥାଆନ୍ତେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.