Latest Odisha News

BREAKING NEWS

ଭୁବନେଶ୍ବରରେ ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ଅଭିଯାନ

ଭୁବନେଶ୍ବର : ଭୁବନେଶ୍ବରରେ ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ଅଭିଯାନ । ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ବେଗୁନିଆରେ ବିଏସକେଓ୍ବାଇ କାର୍ଡ ବାଣ୍ଟିବା ବେଳେ ଭୁବନେଶ୍ବରର ୩ଟି ଜୋନରେ ଆରମ୍ଭ ହୋଇଥିଲା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ । ବିଏମସିର ସାଉଥ ୱେଷ୍ଟ ଜୋନରେ K-7 କଲ୍ୟାଣମଣ୍ଡପରେ ବିଏମସି କମିଶନର ସଞ୍ଜୟ ସିଂ ଉପସ୍ଥିତ ରହିଥିଲେ । ସେହିପରି ନର୍ଥ ଜୋନରେ ବିଧାୟକ ସୁଶାନ୍ତ ରାଉତ ଓ ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦଙ୍କ ଉପସ୍ଥିତିରେ ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପରେ ସ୍ମାର୍ଟ କାର୍ଡ ବଣ୍ଟା ଯାଇଥିଲା ।

ସେହିଭଳି ସାଉଥ ଇଷ୍ଟ ଜୋନରେ ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ଓ ଜୋନାଲ ଡେପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇ ପ୍ରମୁଖ ଉପସ୍ଥିତ ରହି କାର୍ଡ ବଣ୍ଟନ କରିଥିଲେ । ମୋଟ ୧ ଲକ୍ଷ ୫୦୦ ହିତାଧିକାରୀଙ୍କୁ କଣ୍ଟ୍ରୋଲ ଡିଲରଙ୍କ ଜରିଆରେ ବିଏସକେଓ୍ବାଇ କାର୍ଡ ବଣ୍ଟାଯିବ ବୋଲି ବିଏମସି ଅତିରିକ୍ତ କମିଶନର କହିଛନ୍ତି ।

Leave A Reply

Your email address will not be published.