ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ରାଜନୀତିରୁ ଅବସର ଗୁଜବ ମଧ୍ଯରେ ମୁହଁ ଖୋଲିଛନ୍ତି।
ସେ କହିଛନ୍ତି ଯେ, ସକ୍ରିୟ ରାଜନୀତିରୁ ଅବସର ନେବାକୁ ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ମୁଁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ସକ୍ରିୟ ରାଜନୀତିରେ ରହିବି। ଡକ୍ଟର ଭୀମରାଓ ଆମ୍ବେଦକର ଏବଂ କାନ୍ସି ରାମଙ୍କ ପରି ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବିଏସପି ତଥା ରାଜନୀତି ପାଇଁ ଉତ୍ସର୍ଗୀକୃତ ରହିବି।
ବିଏସପି ସୁପ୍ରିମୋ ସୋମବାର ଏକ ବିବୃତ୍ତିରେ କହିଛନ୍ତି ଯେ ଦଳ ନିକଟରେ ତାଙ୍କ ଅନୁପସ୍ଥିତିରେ କିମ୍ବା ଗୁରୁତର ଅସୁସ୍ଥତା କ୍ଷେତ୍ରରେ ଆକାଶ ଆନନ୍ଦଙ୍କୁ ମୋର ଉତ୍ତରାଧିକାରୀ ଭାବରେ ଘୋଷଣା କରିଥିଲେ। ସେବେଠାରୁ ଜାତିଆଣ ଗଣମାଧ୍ୟମ ଏଭଳି ମିଥ୍ୟା ଖବର ପ୍ରଚାର କରି ଆସୁଛନ୍ତି।
ସେ ଆହୁରି ମଧ୍ଯ କହିଛନ୍ତି ଯେ ଏହାପୂର୍ବରୁ ମୋତେ ରାଷ୍ଟ୍ରପତି କରିବା ନେଇ ଗୁଜବ ପ୍ରଚାରିତ ହୋଇଥିଲା।
ତେବେ ଦଳର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକର ଗୋଟିଏ ଦିନ ପୂର୍ବରୁ ବିଏସପି ସୁପ୍ରିମୋଙ୍କ ଏହି ବିବୃତ୍ତି ଆସିଛି।
Comments are closed.