Latest Odisha News

BREAKING NEWS

ବଜେଟରେ ଆୟକର ଛାଡ: କାହାକୁ ମିଳିବ କେତେ ଫାଇଦା ?

ନୂଆଦିଲ୍ଲୀ:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ମୋଦି ସରକାରଙ୍କ ୨ୟ ପାଳିର ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ ଅର୍ଥମନ୍ତ୍ରୀ ଆୟକରକୁ ନେଇ ବଡ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ବାର୍ଷିକ ଆୟକର ସୀମା ସ୍ଲାବ ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି । ଅର୍ଥାତ ୭ ଲକ୍ଷ ଯାଏ ଛାଡ ହେଲା ଆୟକର ।

ଅନ୍ୟପକ୍ଷେ  ନିଜସ୍ୱ କର ବ୍ୟବସ୍ଥା ଘୋଷଣା କରିଛନ୍ତି । ଏହି କର ବ୍ୟବସ୍ଥା ଅନୁଯାୟୀ ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟକର ଶୂନ୍ୟ ରହିଛି ।

-୬ରୁ ୯ ଲକ୍ଷ ଆୟ ପାଇଁ କର ୧୦% ରହିଛି ।

– ୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫% ରହିଛି ।

-୧୨ରୁ ୧୫ ଲକ୍ଷ ପାଇଁ ଆୟକର ୨୦%

– ୧୫ ଲକ୍ଷରୁ ଅଧିକ ଆୟ ପାଇଁ ୩୦% ଆୟକର ରହିଛି ।

ତେବେ ଯେଉଁମାନେ ନୂଆ କର ବ୍ୟବସ୍ଥାକୁ ବାଛିବେ ସେମାନଙ୍କୁ ହିଁ ଏହି ସୁବିଧା ମିଳି ପାରିବ । ହେଲେ ଯେଉଁମାନେ ପୁରୁଣା ବ୍ୟବସ୍ଥାକୁ ବାଛିବେ ସେମାନଙ୍କୁ ଏହି ସୁବିଧା ମିଳିବ ନାହିଁ ।

ଏହି ବଜେଟ ଅନୁଯାୟୀ, ବାର୍ଷିକ ୯ ଲକ୍ଷ ଆୟ ଉପରେ ରହିବ ୪୫ ହଜାର ଆୟକର । ଏହି ଅଂଶ ରୋଜଗାରର ୫ ପ୍ରତିଶତ ରହିବ । ଏହା ପୂର୍ବରୁ ୯ ଲକ୍ଷ ଆୟ ପାଇଁ ୬୦ ହଜାର ଟାକ୍ସ ଦେବାକୁ ପଡୁଥିଲା ।

ସେହିପରି ୧୫ ଲକ୍ଷ ଆୟ ଉପରେ ବାର୍ଷିକ ଦେଢଲକ୍ଷ ଟାକ୍ସ ରହିବ । ପୂର୍ବରୁ ଏହାର ପରିମାଣ ୧, ୮୭, ୫୦୦ ଥିଲା । ସେହିପରି ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମାକୁ ବଢାଇ ଦିଆଯାଇଛି । ଏବେ ସାଢେ ୧୫ ଲକ୍ଷ ଆୟ ଉପରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୨, ୫୦୦ ଟଙ୍କା ରହିବ ।

ସେହିପରି ଅବସର ନେବା ପରେ ବଳିଥିବା ଛୁଟିର ଟଙ୍କା କର୍ମଚାରୀଙ୍କୁ ମିଳିଥାଏ । ଏଥିରେ ୩ ଲକ୍ଷ ପର୍ଯ୍ୟନ୍ତ ଟାକ୍ସ ପଡୁ ନ ଥିଲା । ୩ ଲକ୍ଷରୁ ଅଧିକ ଟଙ୍କା ଉପରେ ଟାକ୍ସ ପଡୁଥିଲା । ଏବେ ଏହି ଲିମିଟେଶନକୁ ୨୫ ଲକ୍ଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

Leave A Reply

Your email address will not be published.