Latest Odisha News

BREAKING NEWS

ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତାକାଲି ଆରମ୍ଭ ହେବ ସଂସଦର ବଜେଟେ ଅଧିବେଶନ  । ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ବସିଥିଲା । ଏଥିରେ ଦେଶର ଆର୍ଥିକ ସ୍ଥତି ନେଇ ସମସ୍ତଙ୍କ ମତାମତ ଜରୁରୀ ବୋଲି ମୋଦି କହିଛନ୍ତି । ଏଥିସହ ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିରେ ଦେଶର ହିତ ପାଇଁ ଆର୍ଥିକ ପ୍ରସଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ସଂସଦର ଆଗାମୀ ବଜେଟ୍ ଅଧିବେଶନରେ ସମସ୍ତ ପ୍ରକାର ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ।

ଏହି ବୈଠକରେ ଦେଶର ଅଧିକାଂଶ ସଦସ୍ୟ ବଜେଟ ଅଧିବେଶନରେ ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତି ଉପରେ ଗୁରୁତ୍ୱାରୋପ କରିବା ଲାଗି ଦେଇଥିବା ପ୍ରସ୍ତାବକୁ ମୋଦି ସ୍ୱାଗତ କରିଛନ୍ତି । ବଜେଟ ଅଧିବେଶନ ଏବଂ ନୂଆ ବର୍ଷ ଆରମ୍ଭରୁ ଯଦି ଆମେ ଦେଶର ଅର୍ଥ ବ୍ୟବସ୍ଥାକୁ ଉପଯୁକ୍ତ ମାର୍ଗରେ ନେଇପାରିବା ତେବେ ଏହା ଦେଶର ହିତ ପାଇଁ ଶ୍ରେଷ୍ଠ ଯୋଗଦାନ ହେବ । ଏଥିସହ ସମସ୍ତ ପ୍ରସଙ୍ଗରେ ଖୋଲା ବିତର୍କ ହେବା ଉଚିତ ବୋଲି ମୋଦି କହିଛନ୍ତି ।

ଚଳିତ ବଜେଟ ଅଧିବେଶନରେ ପ୍ରଧାନମନ୍ତ୍ରୀ ସମସ୍ତ ସଦସ୍ୟଙ୍କୁ ଗୃହ କାର୍ଯ୍ୟକ୍ରମରେ ନିୟମିତ ଯୋଗଦାନ ପାଇଁ ଅନୁରୋଧ କରିଛନ୍ତି । ଏହି ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ଭି.ମୂରଲୀଧରନଙ୍କ ସମେତ ସବୁ ଦଳର ସାଂସଦମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.