ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ବିଜୟରେ ହୀରୋ ସାଜିଥିବା ଯଶପ୍ରୀତ ବୁମରାହଙ୍କ ର୍ୟାଙ୍କିଙ୍ଗରେ ଉନ୍ନତି ଘଟିଛି । ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ର୍ୟାଙ୍କିଙ୍ଗରେ ବୁମରାହ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି । ୧୯ ରନରେ ୬ ୱିକେଟ ହାସଲ କରିଥିବା ବୁମରାହ ୫ଟି ସ୍ଥାନ ଉପରକୁ ଉଠି ଶୀର୍ଷ ସ୍ଥାନରେ ରହିଛନ୍ତି । ସେ ନ୍ୟୁଜିଲାଣ୍ଡର ଟ୍ରେଂଟ ବୋଲ୍ଟଙ୍କୁ ପଛରେ ପକାଇ ଦେଇଛନ୍ତି । ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂରେ ୫ମ ସ୍ଥାନରେ ରହିଛନ୍ତି । ଏହା ତାଙ୍କର ଶ୍ରେଷ୍ଠ ର୍ୟାଙ୍କିଙ୍ଗ । ଟି୨୦ ଭୁବନେଶ୍ୱର କୁମାର ଏକମାତ୍ର ଭାରତୀୟ ବୋଲର ଭାବେ ର୍ୟାଙ୍କିଙ୍ଗରେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ରହିଛନ୍ତି । ବ୍ୟାଟ୍ସମ୍ୟାନଙ୍କ ର୍ୟାଙ୍କିଙ୍ଗରେ ବିରାଟ କୋହଲି ଓ ରୋହିତ ଶର୍ମା ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି ।
BREAKING NEWS
- ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା!୪ କି.ମି.ଖଟିଆରେ ବୁହାହେଲେ ମା’ ଓ ନବଜାତ ଶିଶୁ
- France in flames: ଜଳୁଛି ଫ୍ରାନ୍ସ; ଦୁଇଟି ବିଶ୍ୱଯୁଦ୍ଧର ଝଡ଼ ସହିଥିଲା, ଦଙ୍ଗାର ନିଆଁରେ ଛାରଖାର ୧୪୩ ବର୍ଷର ଐତିହାସିକ ଟାଉନ୍ ହଲ୍!
- Odisha Durga Puja 2026: ମା’ ଦୁର୍ଗାଙ୍କ ଆରାଧନାରେ ଭକ୍ତିମୟ ପରିବେଶ..ଆଜି ମଣ୍ଡପରେ ମହାସପ୍ତମୀ ପୂଜା, ପୀଠରେ ମହାଷ୍ଟମୀ
- Gwalior Temple Tragedy:ମନ୍ଦିର କାନ୍ଥ ଭାଙ୍ଗି ଭିତରକୁ ପଶିଲା ଟ୍ରକ୍; ଚାପି ହୋଇ ୧୩ ଭକ୍ତଙ୍କ ମୃତ୍ୟୁ
- Chorbagan Sarbojanin Durga Pandal Stampede:ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା-ମୃତକଙ୍କ ପରିବାରକୁ ୨୫ ଲକ୍ଷର କ୍ଷତିପୂରଣ ଓ ସରକାରୀ ଚାକିରି
- ଫ୍ରାନ୍ସରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନକାରୀ ଓ ଛାତ୍ରଙ୍କ ଆନ୍ଦୋଳନ ସମୟରେ ହିଂସା ସହ ପୋଡ଼ାଜଳା
- Stampede at Durga Puja pandal:ଦୁର୍ଗାପୂଜାରେ ଦଳାଚକଟା; ୧୭ ମୃତ, ୪୦ଆହତ
- ଗର୍ଭବତୀ ସାମ୍ବାଦିକାଙ୍କୁ ଧକ୍କା ମାମଲା: ତେଜିଲା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
- ଅନ୍ତର୍ଜାତୀୟ ବଡି ବିଲଡର ଜନ୍ମେଜୟ ମହାନ୍ତିଙ୍କ ପରଲୋକ
- ବର୍ଷା ଯୋଗୁଁ ପଞ୍ଚମ ଟି-୨୦ ବାତିଲ: ୨-୨ ରେ ବରାବର ରହିଲା ଭାରତ-ୱେଷ୍ଟଇଣ୍ଡିଜ ସିରିଜ୍

Comments are closed.