Latest Odisha News

 ୫୩ ବର୍ଷ ତଳେ କରିଥିବା ଭୁଲ ପାଇଁ ଏବେ ଗିରଫ ହେଲେ ୭ମହିଳା

ବୁନ୍ଦୀ(ରାଜସ୍ଥାନ ):ରାଜସ୍ଥାନର ବୁନ୍ଦୀରେ୭ ଜଣ ବୟସ୍କ ମହିଳାଙ୍କୁ ପୋଲିସ ଏବଂ ନ୍ୟାୟାଳୟର ଚକ୍କର କାଟିବାକୁ ପଡିଛି । କାରଣ ୫୩ ବର୍ଷ ତଳେ ସେ କରିଥିଲେ ଅପରାଧ । ଏବେ ଧରା ପଡିଛନ୍ତି । ତାଙ୍କର ଅପରାଧ ଏତିକି ଯେ, ସେ ୫୩ ବର୍ଷ ତଳେ ଜଙ୍ଗଲରୁ କାଠକାଟି ନେଇଥିଲେ । ସେତେବେଳେ ଏମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏବେ ସେମାନଙ୍କୁ ମିଳିବ ସଜା ।

ପୋଲିସ ଏହି ୭ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବୟାଧିକ୍ୟ ଯୋଗୁ ଏହି ମହିଳାମାନେ ଭଲଭାବେ ମନେ ପକେଇ ପାରୁନାହାନ୍ତି ସେମାନେ ସେତେବେଳେ କି ଅପରାଧ କରିଥିଲେ । ତେବେ ପୋଲିସ ସୂଚନା ଅନୁଯାୟୀ ୧୯୭୧ ମସିହାରେ ଏହି ମହଳାମାନେ ଯୁବତୀ ଅବସ୍ଥାରେ ଘରେ ରୋଷେଇ କରିବା ପାଇଁ ଜଙ୍ଗଲରୁ ଶୁଖିଲା କାଠ ସଂଗ୍ରହ କରି ଆଣିଥିଲେ ।

ଏମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ କହିବା ଅନୁଯାୟୀ ୫୩ ବର୍ଷ ତଳେ ଆମେ ଜଙ୍ଗଲରୁ ଜାଳେଣୀ କାଠ ଆଣୁଥିଲୁ । ଜଣେ ବାବୁ ଆମ ନାଁ ଟିପି ନେଇଥିଲେ । ଆଉ ଆମେ କିଛି ଜାଣିନୁ ।

ସୂଚନାଥାଉ କି, ଏହି ମହିଳାମାନେ ହିଣ୍ଡୋଳି ବନ କ୍ଷେତ୍ର ଅଞ୍ଚଳର । ସେତେବେଳେ ଜଙ୍ଗଲରୁ ଜାଳେଣୀ ସଂଗ୍ରହ ଏକ ସାଧାରଣ କଥା ଥିଲା । ସେଦିନର ଯୁବତୀମାନେ ବିବାହ କରି ସାରିଥିଲେ । ତାଙ୍କ ଶ୍‌:ଶୁର ଘର ଖୋଜି ପୋଲିସ ଏମାନଙ୍କୁ ଗିରଫ କରିଛି । ସେତେବେଳେ ପୋଲିସ ୧୨ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣଙ୍କ ଠିକଣା ମିଳିନି ।

Leave A Reply

Your email address will not be published.