Latest Odisha News

BREAKING NEWS

ରହସ୍ୟମୟ ବାବା ବର୍ଫାନୀ, ହ୍ରଦରେ ଦର୍ଶନ ଦେଇଥାନ୍ତି ଶେଷନାଗ

ଅମରନାଥ ଯାତ୍ରା ମାର୍ଗରେ ଅବସ୍ଥିତ ଶେଷନାଗ ହ୍ରଦକୁ ନେଇ ଅନେକ ଧାର୍ମିକ ମାନ୍ୟତା ରହିଛି । ଅନେକ ଲୋକଙ୍କୁ ଏହି ହ୍ରଦରେ ଶେଷନାଗଙ୍କ ଆକୃତି ଦୃଶ୍ୟମାନ ହୋଇଥାଏ ।

ଓଡ଼ିଶା ସମ୍ବାଦ ବ୍ୟୁରୋ: ଧାର୍ମିକ ମାନ୍ୟତା ଅନୁସାରେ ଅମରନାଥ ଯାତ୍ରାକୁ ହିନ୍ଦୁ ଧର୍ମରେ ଏକ ପବିତ୍ର ତୀର୍ଥ ଯାତ୍ରା ଭାବରେ ପରିଗଣିତ ହୋଇଥାଏ । ଅମରନାଥ ଧାମକୁ ଯାତ୍ରା କରିବା ପାଇଁ ମାର୍ଗ ଦେଇ ଯିବାକୁ ପଡ଼େ ସେଠାରେ ଶେଷନାଗ ନାମରେ ଏକ ହ୍ରଦ ଅବସ୍ଥିତ । ଅମରନାଥ ଯାତ୍ରା ମାର୍ଗରେ ଅବସ୍ଥିତ ଶେଷନାଗ ହ୍ରଦକୁ ନେଇ ଅନେକ ଧାର୍ମିକ ମାନ୍ୟତା ରହିଛି । କୁହାଯାଏ ଶେଷନାଗ ନାମକ ଏହି ହ୍ରଦର ଗଭୀରତା ହେଉଛି ୨୫୦ ମିଟର ।

ଧାର୍ମିକ ମାନ୍ୟତା ଅନୁସାରେ ଏହି ହ୍ରଦରେ ନିଜେ ଶେଷନାଗ ବସବାସ କରିଥାନ୍ତି । ଅନେକ ଲୋକଙ୍କୁ ଏହି ହ୍ରଦରେ ଶେଷନାଗଙ୍କ ଆକୃତି ଦୃଶ୍ୟମାନ ହୋଇଥାଏ ବୋଲି କୁହାଯାଏ । ଶାସ୍ତ୍ର ଅନୁସାରେ ଅମରନାଥ ଗୁମ୍ଫାରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ଅମର ହେବାର ମନ୍ତ୍ର କହିଥିଲେ। ଏଠାରେ ଥିବା ଶେଷ ନାଗ ହ୍ରଦରେ ଭଗବାନ ଶିବ ନିଜର ଗଳାରୁ ସାପକୁ ବାହାର କରିଥିଲେ। ଅମରନାଥ ଯାତ୍ରାରେ ୯୬ କିମି ତଳେ ଥିବା ପହଲଗାମରେ ଭଗବାନ ଶିବ ଅଟକି ଆରାମ କରିଥିଲେ, ଏଠାରେ ବାହନ ନନ୍ଦୀଙ୍କୁ ଛାଡିଥିଲେ। ଅମରନାଥ ଗୁମ୍ପା କେବଳ କଞ୍ଚା ବରଫରେ ତିଆରି ହୋଇଛି। ତେବେ ବାବା ବର୍ଫାନୀ ବା ବାବା ଅମରନାଥ ପକ୍କା ବରଫ ବା କଡା ବରଫ ଆକୃତିରେ ରହିଛନ୍ତି । ଆଜି ଯାଏ ଏହା ରହସ୍ୟ ହୋଇରହିଛି ଯେ ଏହା କେଉଁଭଳି ସୃଷ୍ଟି ହୋଇଛି। ଅମରନାଥ ଗୁମ୍ଫାର ରାସ୍ତାରେ ଥିବା ପଞ୍ଚ ତରଣୀରେ ଭଗବାନ ଶିବ ପଞ୍ଚତତ୍ତ୍ୱକୁ ତ୍ୟାଗ କରିଥିଲେ।

ଅମରନାଥ ଗୁମ୍ଫାର ଶିବଲିଙ୍ଗ ପାଖରେ ପାଣି ବହିଥାଏ । ଏହା ଆଜି ମଧ୍ୟ ରହସ୍ୟ ହୋଇରହିଛି ଯେ ପାଣି କେଉଁଠାରୁ ଆସୁଛି। ଏତେ କମ ତାପମାତ୍ରା ପରେ ବି ପାଣି କେଉଁଭଳି ଜମାଟବାନ୍ଧୁ ନାହିଁ। ପୌରାଣିକ କଥା ଅନୁସାରେ ଯେତେବେଳେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଅମରତାର ମନ୍ତ୍ର ଶୁଣାଇଥିଲେ ସେଠାରେ ସେମାନଙ୍କ ବ୍ୟତୀତ ଗୋଟିଏ ଯୋଡା ପାରା ରହିଥିଲେ । ଏହି କଥା ଶୁଣିବା ପରେ ସେମାନେ ଅମର ହୋଇଯାଇଥିଲେ । ଆଜି ମଧ୍ୟ ସେଠାରେ ଏହି ଯୋଡା ପାରା ଦେଖାଯାଇଥାନ୍ତି। ମାନ୍ୟତା ରହିଛି କି ଏହି ଗୁମ୍ଫା ୫ ହଜାର ବର୍ଷ ପୁରଣା ଏବଂ ସେବେଠାରୁ ଏହା ସେହିଭଳି ହିଁ ରହିଛି । ଏଠାରେ ଶିବଲିଙ୍ଗଙ୍କୁ ଶମ୍ଭୁ ନାମରେ ପରିଚୟ ମିଳିଛି। ଏହି ଶିବଲିଙ୍ଗ ନିଜେ ସୃଷ୍ଟି ହୋଇଥିବାରୁ ତାର ନାମ ଏହିଭଳି ରହିଛି।

Leave A Reply

Your email address will not be published.