Latest Odisha News

BREAKING NEWS

କଟକରେ ଦୁର୍ଘଟଣାଗ୍ରସ୍ତ ହେଲା ଭୁବନେଶ୍ୱରରୁ ଚୋରି ବସ୍

କଟକ: ରାଜଧାନୀରୁ ଚୋରି ବସ୍ କଟକ ଓଏମପି ନିକଟରେ ଦୁର୍ଘଟଣାଗ୍ରସ୍ତ । ସୂଚନାନୁସାରେ ଆର୍ଯ୍ୟନ ନାମକ ଏକ ଘରୋଇ ବସର ଡ୍ରାଇଭର ଓ ହେଲପର ଗାଡି ରଖି ଖାଉଥିବା ବେଳେ ବସଟିକୁ କେହି ଚୋରି କରିନେଇଥିଲା । ଦୁର୍ବୁତ ଜଣକ ଗାଡିଟିକୁ କଟକ ଆଡେ ଯାଉଥିବା ବେଳେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପିସିଆର୍ ବସର ପିଛା କରି ଯାଉଥିବା ବେଳେ ଓଏମପି ନିକଟରେ ବସଟି ଭାରସାମ୍ୟ ହରାଇ ଏକ ଟ୍ରକ ପଛରେ ପିଟି ହୋଇଥିଲା ।

ପୋଲିସ ଗାଡିକୁ ଜବତ କରିବା ସହ ଚୋରିରେ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଛି ।

Leave A Reply

Your email address will not be published.