Latest Odisha News

BREAKING NEWS

କୁଆଁରମୁଣ୍ଡା ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌, ତିନି ଗୁରୁତର

ରାଉରକେଲା : ୧୪୩ ନମ୍ବର ଜାତୀୟ ରାଜପଥର କୁଆଁରମୁଣ୍ଡା ଚାର୍ଡିହରିହରପୁର ନିକଟରେ ଓଲଟିଲା ଘରୋଇ ଯାତ୍ରୀବାହୀ ବସ । ଫଳରେ ୧୪ ଯାତ୍ରୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଅଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁଆଁରମୁଣ୍ଡା ଫାଣ୍ଡି ପୁଲିସ ଦୁର୍ଘଟଣାଗ୍ରସ୍ତ ବସକୁ ଜବତକରି ଘଟଣାର ତଦନ୍ତ ଚଳାଇଛିl

ସୂଚନାନୁଯାୟୀ, ରାଉରକେଲାରୁ ରାଞ୍ଚି ଯାଉଥିବା ଏହି ବସରେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଥିଲେ । ତେବେ ରାସ୍ତା କାମ ଚାଲୁଥିବାରୁ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଫସି ରହିଥିବା ବସର ଯାତ୍ରୀ ଉଦ୍ଧାର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି ।

 

Leave A Reply

Your email address will not be published.