Latest Odisha News

BREAKING NEWS

ଆଇଏସଏଲ: ବିଜୟ ସନ୍ଧାନରେ ଓଡିଶା ଏଫସି

ଭୁବନେଶ୍ୱର: ଚଳିତ ଆଇଏସଏଲ ଫୁଟବଲରେ ଓଡିଶା ଏଫସିର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ୬ଟି ମ୍ୟାଚ ଖେଳି ଓଡିଶା କେବଳ ଗୋଟିଏ ଡ୍ର ରଖିପାରିଥିବା ବେଳେ ବାକିତକ ମ୍ୟାଚ ହାରିଛି । ମଙ୍ଗଳବାର ସନ୍ଧ୍ୟା ୭ଟା୩୦ରେ ଓଡିଶା ଅପେକ୍ଷାକୃତ ଭଲ ପ୍ରଦର୍ଶନ କରୁଥିବା ନର୍ଥଇଷ୍ଟ ୟୁନାଇଟେଡକୁ ଭେଟିବେ । ଏହି ମ୍ୟାଚରେ ବିଜୟ ଓଡିଶା ପାଇଁ ଜରୁରୀ ହୋଇ ପଡିଛି ।

ନର୍ଥଇଷ୍ଟ ୭ଟି ମ୍ୟାଚରେ ୧୦ ପଂଏଟ ପାଇଁ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । ଦଳ ୨ଟି ମ୍ୟାଚ ଜିତିଥିବା ବେଳେ ୪ଟି ଡ୍ର ରଖିଛି । ଓଡିଶା ଜାମସେଦପୁର ବିପକ୍ଷରେ ମ୍ୟାଚ ଡ୍ର ରଖିଥିବା ବେଳେ ହାଇଦ୍ରାବାଦ, ଏଟିକେ ମୋହନବାଗାନ, ମୁମ୍ବାଇ ସିଟି ଏଫସି, ଏଫସି ଗୋଆ, ବେଙ୍ଗାଲୁର ଏଫସିଠାରୁ ହାରିଛି । ଏହି ମ୍ୟାଚରେ ନର୍ଥଇଷ୍ଟ ପଲା ଭାରିଥିବା ବେଳେ ଓଡିଶା କିନ୍ତୁ ଚମତ୍କାର କରିବା ଲକ୍ଷ୍ୟରେ ରହିଛି ।

Leave A Reply

Your email address will not be published.