ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ବସ୍ । ଭଦ୍ରକର ତ୍ରିଶଲପୁର ନିକଟରେ ଆଜି ସକାଳୁ ସକାଳୁ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଆହତ ହୋଇଛନ୍ତି ୧୧ ଜଣ ଯାତ୍ରୀ । ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଆଜି ସକାଳୁ ସକାଳୁ ଏହି ଗୁର୍ଘଟଣା ହୋଇଛି । ବସଟି ବାଲେଶ୍ୱରରୁ ଆସୁଥିଲା । ତ୍ରିଶଳପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।
Comments are closed.