Latest Odisha News

BREAKING NEWS

ଓଭର ବ୍ରିଜ୍‌ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍‌: ୪୦ ଆହତ

ଯାଜପୁର: ଓଭର ବ୍ରିଜ୍‌ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍। ଏନ୍‌ଏଚ୍‌-୧୬ର ବାରବାଟୀ ଛକ ପାଖରେ ଖସିଲା ବସ୍। ଘଟଣାରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି। ବସରେ ୫୦ରୁ ୬୦ ଯାତ୍ରୀ ରହିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଓ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

ବାରବାଟୀ ପୋଲରେ ଭାରସାମ୍ୟ ହରାଇ ଓଭର ବ୍ରିଜ ତଳକୁ ଖସିପଡିଲା ବସ୍ । ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯିବା ବେଳେ ଏଭଳି ଅଘଟଣ ଘଟିଛି । କିଛି ଯାତ୍ରୀ ବସ ତଳେ ଚାପି ହୋଇ ରହିଥିବା ସୂଚନା । ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ପୋଲିସ ଏବଂ ଅଗ୍ନିଶମବାହିନୀ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ।

ସ୍ଥାନୀୟ ଏସପି ଓ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଛନ୍ତି। ପ୍ରାଥମିକ ଅବସ୍ଥାରେ ଆହତ ଯାତ୍ରୀମାନଙ୍କୁ ଧର୍ମଶାଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଦୁର୍ଘଟଣାଗ୍ରସ୍ତ ବସ୍‌ ଓ ଏହାର ତଳେ ଆଉ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ବସ୍‌ଟି ତଳକୁ ଖସିଲା ବେଳେ ଏହା ତଳେ ଲୋକମାନେ ଯିବା ଆସିବା କରୁଥିଲେ। ତେଣୁ ବସ୍‌ ତଳେ କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.