Latest Odisha News

BREAKING NEWS

ପୋଲିସ ହେପାଜତରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର

ବ୍ରିସବେନ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ଭାଷ୍ୟକାର ମାଇକେଲ ସ୍ଲେଟରଙ୍କୁ ପୋଲିସ ଅଟକ ରଖିଛି । ବିଭିନ୍ନ ଅପରାଧୀକ ମାମଲା ନେଇ ପୋଲିସ ତାଙ୍କୁ ପଚରା ଉଚରା କରୁଛି । ରାତିରେ ଅନ୍ୟକୁ ଭୟଭୀତ କରିବା, ଝଗଡା କରିବା, ମାରପିଟ କରିବା ଓ ଘରୋଇ ହିଂସାରେ ତାଙ୍କ ନାମରେ ଅନେକ ଅଭିଯୋଗ ରହିଛି । ଏକ ଡଜନରୁ ଅଧିକ ମାମଲା ସ୍ଥାନୀୟ ମାରୁଚିଡୋର ମାଜିଷ୍ଟ୍ରେଟ କୋର୍ଟରେ ରୁୁଜୁ କରାଯାଇଛି । ସମନ କରାଯାଇଥିଲେ ମଧ୍ୟ ସେ ହାଜର ହେଉ ନ ଥିଲେ । ୫୪ ବର୍ଷୀୟ ସ୍ଳେଟର ନିଶାଗ୍ରସ୍ତ ଅବସ୍ଥାରେ ଏ ଭଳି କାଣ୍ଡ ରଚୁଥିବା ଜଣାପଡିଛି ।

ଅଷ୍ଟ୍ରେଲିଆର ଏହି ପୂର୍ବତନ ଓପନର ଜଣଙ୍କ ୧୯୯୩ରୁ ୨୦୦୩ ମଧ୍ୟରେ ୭୪ଟି ଟେଷ୍ଟ ଓ ୪୨ ଆନ୍ତର୍ଜାତୀୟ ଦିିନିକିଆ ମ୍ୟାଚ ଖେଳିଛନ୍ତି । ଏ ପର୍ଯ୍ୟନ୍ତ ତାଙ୍କ ବିରୋଧରେ ୧୯ଟି ମାମଲା ରହିଛି ।

Leave A Reply

Your email address will not be published.