Latest Odisha News

BREAKING NEWS

କୋହଲିଙ୍କୁ ଆଉଟ କରିବା ପାଇଁ ବସ ଡ୍ରାଇଭର ହିମାଂଶୁଙ୍କୁ ଦେଇଥିଲେ ବୁଦ୍ଧି

ନୂଆଦିଲ୍ଲୀ: ୧୨ ବର୍ଷ ପରେ ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରଣଜୀ ଖେଳିଥିଲେ । ଫର୍ମ ସୁଧାରିବା ପାଇଁ ସେ ଦିଲ୍ଲୀ ତରଫରୁ ରେଲୱେ ବିପକ୍ଷ ମ୍ୟାଚକୁ ଓହ୍ଲାଇଥିଲେ । ତାଙ୍କଠାରୁ ଏକ ବଡ ଇନିଂସ ଆଶା କରାଯାଉଥିଲେ ମଧ୍ୟ କୋହଲି ୬ ରନ କରି ଆଉଟ ହୋଇ ଯାଇଥିଲେ । ହିମାଂଶୁ ସାଙ୍ଗୱାନ ତାଙ୍କୁ ବୋଲ୍ଡ କରିଥିଲେ । ଏହା ପରେ ହିମାଂଶୁ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ଏକ ସାକ୍ଷାତକାରରେ ହିମାଂଶୁ କହିଛନ୍ତି କୋହଲିଙ୍କୁ ଆଉଟ କରିବା ବୁଦ୍ଧି ମୋତେ ଆମ ଟିମ ବସର ଡ୍ରାଇଭର ଦେଇଥିଲେ । ସେ କହିଥିଲେ ୪ର୍ଥ କିମ୍ବା ୫ମ ଷ୍ଟମ୍ପ ଉପରେ ବଲ ପକାଇଲେ କୋହଲି ଆଉଟ ହେବେ । ତାଙ୍କ କଥା ମୋ ମନରେ ଥିଲା ।

ଏହା ବ୍ୟତୀତ ନିଜ ବୋଲିଂ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ବୋଲି ଏହି ପେସରଜଣଙ୍କ କହିଛନ୍ତି । କୋହଲି କ୍ରମାଗତ ଭାବେ ଅଫ ସାଇଡ ବାହାର ବଲରେ ଆଉଟ ହେଉଥିବା ଦେଖିବାକୁ ମିଳୁଛି । ତାଙ୍କର ଏହି ଦୁର୍ବଳତା ପଦାରେ ପଡିଛି । ଏବେ ସମସ୍ତ ବୋଲର ଏହି ଲାଇନରେ ତାଙ୍କୁ ଟାର୍ଗେଟ କରୁଛନ୍ତି । ହିମାଂଶୁ ୨୦୧୯ରେ ରେଲୱେ ପକ୍ଷରୁ ରଣଜୀ ମ୍ୟାଚରେ ପଦାର୍ପଣ କରିଥିଲେ । ସେବେଠାରୁ ସେ ଦଳର ମୂଖ୍ୟ ପେସ ବୋଲର ହୋଇ ରହିଛନ୍ତି ।

Comments are closed.