Latest Odisha News

BREAKING NEWS

ଆଗାମୀ ୨ ଦିନ ଯାଏଁ ଓଡିଶାରେ ଜାରି ରହିବ ବର୍ଷା: ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟର ପଡ଼ୋଶୀ ଅଞ୍ଚଳରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡିଶାରେ ଆହୁରି ଦୁଇ ଦିନ ଯାଏଁ ବର୍ଷା ଜାରି ରହିବ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଶନିବାର ଦିନ ସୂଚନା ମିଳିଛି ।

ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ଗତ ଶୁକ୍ରବାର ଦିନ ମଧ୍ୟମରୁ ପ୍ରବଳ ବର୍ଷା ହେବା ପରେ ଆଇଏମଡି ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି।

ସଦ୍ୟତମ ପାଣିପାଗ ବୁଲେଟିନ୍ ଅନୁଯାୟୀ, ସୁନ୍ଦରଗଡ, ବରଗଡ, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଢେଙ୍କାନାଳ, ନୟାଗଡ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାରେ ଶନିବାର ଦିନ ସକାଳ ୧୦.୩୦ ରୁ ୧.୩୦ ମଧ୍ୟରେ ବର୍ଷା ହେବାର ଆଶଙ୍କା ରହିଥିବା ବେଳେ ଆଗାମୀ ଦୁଇ ଦିନ ଯାଏଁ ଏହିସବୁ ଜିଲ୍ଲାକୁ ହଳଦିଆ ୱାର୍ଣ୍ଣିଂ ମଧ୍ୟ ଜାରି କରିଛି ପାଣିପାଗ ବିଭାଗ ।

ତେବେ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦-୪୦କିମି. ରହିବ ବୋଲି ସୂଚନା ମିଳିଛି।

ଆହୁରି ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବାଧିକ ୪୦ ମିଲିମିଟର ବର୍ଷା ହୋଇଥିଲା । ସେହିପରି ଅନୁଗୁଳ (୩୭), ତାଳଚେର (୨୬), ସୋନପୁର (୨୫.୪), ବୌଦ୍ଧ (୨୪), ଝାରସୁଗୁଡା (୨୧.୬), ହିରାକୁଦ (୨୦) ), ସମ୍ବଲପୁର (୧୫.୯), କେନ୍ଦୁଝର (୧୨.୮), ଟିଟିଲାଗଡ (୧୧), ସୁନ୍ଦରଗଡ (୧୦) ଏବଂ ବଲାଙ୍ଗୀର (୭) ମିମି।

Leave A Reply

Your email address will not be published.