Latest Odisha News

BREAKING NEWS

ଗଂଜାମ ଜିଲ୍ଲାରେ ଆରମ୍ଭ ହେଲା ‘ନୋ ବ୍ୟାଗ୍ ଡେ’

ଗଂଜାମ: ପିଲାଙ୍କୁ ଚାପମୁକ୍ତ କରିବା ପାଇଁ ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଛି ନୂଆ ବ୍ୟବସ୍ଥା । ସପ୍ତାହର ଗୋଟିଏ ଦିନ ବିନା ବ୍ୟାଗ୍‌ରେ ସ୍କୁଲ ଆସିବେ ପିଲା । ଏଥିପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ନୋ ବ୍ୟାଗ୍ ଡେ’ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ଆଜିଠାରୁ ଏହା କାର୍ଯ୍ୟକାରୀ ହୋଇଛି ।
ଗଂଜାମ ଜିଲ୍ଲା ଛତ୍ରପୁରରେ ଥିବା ପୁତିଗୋପାଳପୁର ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଣିକି ପିଲାମାନେ ଶନିବାର ଦିନ ବ୍ୟାଗ୍ ନଆଣି ଖାଲି ହାତରେ ସ୍କୁଲକୁ ଆସିବେ । ଏହି ଦିନ ପିଲାମାନେ କେବଳ ଯୋଗ, ଚିତ୍ରାଙ୍କନ, ଗପ ବହି ପଢ଼ିବା, ଗଳ୍ପ ଶୁଣିବା ଓ କହିବା ଶିଖିବେ । ସେହିପରି ବ୍ରହ୍ମପୁର ହିଲପାଟନା ସ୍କୁଲରେ ମଧ୍ୟ ଆଜି ପିଲାଙ୍କୁ ବିନା ବ୍ୟାଗ୍‌ରେ ସ୍କୁଲ ଯାଇଥିବା ଦେଖିବାକୁ ମିଳିଛି ।

BjdElectrycity
Leave A Reply

Your email address will not be published.