Latest Odisha News

BREAKING NEWS

ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍‌, ୧୦ରୁ ଅଧିକ ଶ୍ରମିକ ଆହତ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ବିହାରରେ ସକାଳୁ ସକାଳୁ ଘଟିଛି ଦୁର୍ଘଟଣା। ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଓଲଟିପଡ଼ିଲା। ଡିଭାଇଡରରେ ବସଟି ପିଟି ହୋଇଯାଇଥିବା ବେଳେ ସେଠାରେ ଓଲଟିପଡ଼ିଥିଲା। ଏଥିିରେ ଥିବା ୧୦ରୁ ଅଧିକ ଶ୍ରମିକ ଆହତ ହୋଇପଡ଼ିଛନ୍ତି। ଦୁର୍ଘଟଣାରେ ଗୁରୁତର ହୋଇଥିବା ଶ୍ରମିକଙ୍କୁ ମେଡିିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।  ତେବେ ଦୁର୍ଘଟଣାରେକିନ୍ତୁ ୩୦ ଶ୍ରମିକଙ୍କ ଜୀବନ ବଞ୍ଚିଯାଇଛି । 

BjdElectrycity

ଆଜି ସକାଳେ ବସ୍ଟି ଶର୍ମିକ ମାନଙ୍କୁ ନେଇ ନୟାପଲ୍ଲୀରୁ ପଟିଆ ଯାଉଥିଲା। ଏହି ସମୟରେ ଜୟଦେବ ବିହାର ଓଭର ବ୍ରିଜ ତଳେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା। ପୋଲିସ ଘଟମାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍କୁ ରାସ୍ତାରୁ ହଟାଇବା ସହ ତଦନ୍ତ କରୁଛି। ଓଭରଲୋଡିଂ କାରଣରୁ ଦୁର୍ଘଟଣା ଘଟିଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି।

Leave A Reply

Your email address will not be published.